Skip to content
ରାଜଗାଙ୍ଗପୁର ରେଳ ଷ୍ଟେସନ ପରିସରରୁ ଜଣେ ବ୍ୟକ୍ତି ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ସମୟରେ ରେଳା ସୁରକ୍ଷା ବଳ ଥାନା ଅଧିକାରୀ ଆର୍ ଏନ୍ ୟାଦବ ଓ ତାଙ୍କ ଦଳ ସମ୍ପୃକ୍ତ ବ୍ୟକ୍ତିକୁ ଧରିଥିଲେ। ପରେ ସମ୍ପୃକ୍ତ ବ୍ୟକ୍ତିକୁ ଅଧିକ ପଚରାଉଚୁରା ପରେ ସେହି ବ୍ୟକ୍ତି ନିକଟରୁ ୩୩କିଲୋ ଓଜନର ଗଞ୍ଜେଇ ଜବତ କରାଯାଇଥିଲା। ଏହି ଗଞ୍ଜେଇର ମୂଲ୍ୟ ପ୍ରାୟ ତିନିଲକ୍ଷ ତିରିଶ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ରେଳା ସୁରକ୍ଷା ବଳ ପକ୍ଷରୁ ଏ ନେଇ ସ୍ଥାନୀୟ ଅବକାରୀ ବିଭାଗକୁ ସୂଚନା ଦିଆଯାଇଥିଲା। ଅବକାରୀ ବିଭାଗ ସମ୍ପୃକ୍ତ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ବ୍ୟକ୍ତିଜଣକ ଝାରଖଣ୍ଡ ସଢେଇକଳା-ଖରସୁଆଁ ଜିଲ୍ଲାର ଗୌରଭ କୁମାର ସିଂହ ବୋଲି ଜଣାପଡ଼ିଛି।
Post Views: 447
error: Content is protected !!