Skip to content
ରାଉରକେଲା ସହରକୁ ସ୍ମାର୍ଟ ସିଟି ଘୋଷଣା ହେବା ପ୍ରାୟ ୫ବର୍ଷ ବିତିସାରିଛି। ଏହି ପାଞ୍ଚ ବର୍ଷ ମଧ୍ୟରେ ସହରବାସୀ ସ୍ମାର୍ଟ ହେବା ସହ ସହର ମଧ୍ୟ ସ୍ମାର୍ଟ ହେବ ବୋଲି ଆଶା କରାଯାଉଥିଲା। ଏହି ପାଞ୍ଚ ବର୍ଷ ମଧ୍ୟରେ ସହର କେତେ ସ୍ମାର୍ଟ ହୋଇଛି ଓ ସହରବାସୀ କେତେ ସ୍ମାର୍ଟ ହୋଇଛନ୍ତି ତାହା ଆଲୋଚନାର ବିଷୟ। କିନ୍ତୁ ଏହି ପାଞ୍ଚ ବର୍ଷ ମଧ୍ୟରେ ସହରର ରାସ୍ତାରେ ବେପରୁଆଭାବେ ବୁଲୁଥିବା ଗାଇଗୋରୁ କିନ୍ତୁ ଅଧିକ ସ୍ମାର୍ଟ ହୋଇଥିବା ଦେଖିବାକୁ ମିଳିଛି।
ବିଶେଷ କରି ସହରର ପ୍ରମୁଖ ରାସ୍ତାଭାବେ ପରିଚିତ ରିଙ୍ଗ୍ରୋଡ୍ର ଅଭିଜ୍ଞାନ ଛକ ଓ ଆଖପାଖ ଅଞ୍ଚଳରେ ପ୍ରତିଦିନ ସନ୍ଧ୍ୟା ଓ ସନ୍ଧ୍ୟା ପରେ ପରେ ବୁଲୁଥିବା ଅନେକ ଗାଇଗୋରୁ ବୁଲିବା ବା ଶୋଇବାକୁ ନେଇ ସ୍ଥାନୀୟ ପ୍ରଶାସନ ନୀରବ ଥିବା ଅଭିଯୋଗ ହେଉଛି।ଏହି ଗାଇଗୋରୁଙ୍କ ପାଇଁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟାଣା ମଧ୍ୟ ଘଟୁଛି। ଏବେ ଦେଖିବାକୁ ବାକି ରହିଲା ଏହି ସମସ୍ୟାକୁ ନେଇ ପ୍ରଶାସନ କେବେ ପଦକ୍ଷେପ ଗ୍ରହଣ କରୁଛି।
Post Views: 395
error: Content is protected !!