ଡାଲମିଆ ସିମେଣ୍ଟରେ ସ୍ୱାଧୀନତା ଦିବସ ପାଳିତ
1 min read
ରାଜଗାଙ୍ଗପୁର ସ୍ଥିତ ସ୍ଥାନୀୟ ବୀର ବିର୍ସା ଷ୍ଟାଡିଅମରେ ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ଼ ତରଫରୁ ୭୭ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଡାଲମିଆ ସିମେଣ୍ଟ ଲଜିଷ୍ଟିକ୍ସ ବିଭାଗର ବରିଷ୍ଠ କର୍ମଚାରୀ ସଞ୍ଜୟ କୁମାର ମିଶ୍ର ଏବଂ ଗୌରାଙ୍ଗ ଚରଣ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ l ଶ୍ରୀ ମିଶ୍ର ଏହି ଅବସରରେ ପତାକା ଉତ୍ତୋଳନ କରି ଉପସ୍ଥିତ ଦର୍ଶକଙ୍କୁ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହିତ ଦେଶ ଏବଂ ଦେଶର ମହାନ ଇତିହାସ ପ୍ରତି ସମ୍ମାନ ଅର୍ପଣ କରିଥିଲେ । ଡାଲମିଆ ବିଦ୍ୟା ମନ୍ଦିର (ଡିଭିଏମ) ର ଏନସିସି କ୍ୟାଡେଟ୍ ଓ କମ୍ପାନୀର ସୁରକ୍ଷା କର୍ମୀଙ୍କୁ ନେଇ ଚଳିତ ବର୍ଷର ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l କାର୍ଯ୍ୟକ୍ରମରେ ସୁରକ୍ଷା କର୍ମୀଙ୍କ ଦ୍ୱାରା ଗାର୍ଡ ଅଫ୍ ଅନର ଏବଂ ପ୍ୟାରେଡ଼ ପ୍ରଦର୍ଶନ କରାଯାଇଥିଲା ।
ଏହି ଅବସରରେ ଡାଲମିଆ ବିଦ୍ୟାଳୟର ମାଟ୍ରିକ ଏବଂ +୨ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀମାନଙ୍କ ନାମ ଘୋଷଣା କରାଯିବl ସହିତ ତାଙ୍କ ପୁରସ୍କାର ବିଦ୍ୟାଳୟ କୁ ପଠାଯିଆ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହି ଅବସରରେ ସୁରକ୍ଷା ବିଭାଗର କର୍ମଚାରୀଙ୍କୁ ଉତ୍ତମ ସେବା ପ୍ରଦାନ କରିବା ପାଇଁ ମଧ୍ୟ ସମ୍ମାନିତ କରାଯାଇଥିଲା । ଭାରତର ସ୍ୱାଧୀନତା ଦିବସ ପାଳନ ଅବସରରେ ଡାଲମିଆ ଭାରତ ପକ୍ଷରୁ ସମଗ୍ର ପୂର୍ବାଞ୍ଚଳରେ ୭୭ ଜଣ ସେବାନିବୃତ୍ତ ସୈନିକଙ୍କୁ ସମ୍ମାନିତ କରାଯାଇଥିଲା l ‘ସାଲୁ୍ୟଟିଂ ୭୬’ ଶୀର୍ଷକ ଏହି ସମ୍ବର୍ଦ୍ଧନା ଉତ୍ସବ ଏକ ସମୟରେ ପଶ୍ଚିମବଙ୍ଗ, ଓଡ଼ିଶା, ବିହାର ଓ ଝାଡଖଣ୍ଡ ଆଦି ରାଜ୍ୟରେ ଏହି ବୀର ସୈନିକଙ୍କର ଅତୁଲ୍ୟ ଅବଦାନକୁ ସମ୍ମାନ ଜଣାଇଥିଲା, ଯେଉଁମାନେ ରାଷ୍ଟ୍ରର ସୁରକ୍ଷା କରିବା ସହିତ ଆଜି ପର୍ଯ୍ୟନ୍ତ ଭାରତୀୟଙ୍କୁ ପ୍ରେରଣା ଦେଇଆସୁଛନ୍ତି। ସେମାନଙ୍କୁ ପ୍ରଶସ୍ତିପତ୍ର, ଫଳକ, ଟ୍ରଫି ଓ ଶାଲ୍, ଭାରତର ଜାତୀୟ ପତାକା ଏବଂ ୭୬ ବୀରଙ୍କ ଉପରେ ଆଲୋକପାତ କରୁଥିବା ଏକ କ୍ଷୁଦ୍ର ପୁସ୍ତିକାକୁ ଡାଲମିଆ ଭାରତ ଟିମ୍, ଏହାର ସହଭାଗୀ ଏବଂ ମୁଖ୍ୟ ପ୍ରଭାବକ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଥିଲା ।

ଚଳିତ ବର୍ଷ ସରକାରଙ୍କ ତରଫରୁ ଦେଶ ବାସୀଙ୍କୁ ଆଜାଦି କା ଅମ୍ରିତ ମହୋତ୍ସଵ ଉପଲକ୍ଷେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଭାଗ ନେଇ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ନିବେଦନ କରାଯାଇଥିଲା। ଏହି ଅବସରରେ ଡାଲମିଆ ସିମେଣ୍ଟ ରାଜଗାଙ୍ଗପୁର ପକ୍ଷରୁ ନିଜ ପରିସର ଏବଂ ଏହାର କାରଖାନା ପାରିପାର୍ଶ୍ଵିକ ଅଞ୍ଚଳରେ ତ୍ରିରଙ୍ଗା ଉଡାଯାଇଥିଲା । କମ୍ପାନୀର ସାମାଜିକ ଦାୟିତ୍ୱବୋଧ ବିଭାଗ (ସିଏସ୍ଆର) ଦ୍ୱାରା ଲାଞ୍ଜିବେର୍ଣ୍ଣl ଖଣି କାର୍ଯ୍ୟାଳୟ, ପୁନର୍ବାସ-ଥଇଥାନ କଲୋନୀ ଏବଂ ଆଖ ପାଖ ଗ୍ରାମର ଥିବା ୨୮ ଟି ବିଦ୍ୟାଳୟ, ଡାଲମିଆ ଇନ୍ଷ୍ଟିଚ୍ୟୁଟ ଅଫ୍ ନଲେଜ ଆଣ୍ଡ ସ୍କିଲ୍ ହାର୍ନେସିଂ’ (ଦୀକ୍ଷା) କେନ୍ଦ୍ର ରାଜଗାଙ୍ଗପୁର ଶିକ୍ଷାର୍ଥୀମାନଙ୍କ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ।
ଏଥିରେ ସମ୍ମାନିତ ଅତିଥି ଭାବେ କାର୍ଯ୍ୟନିର୍ବାହୀ ନିର୍ଦେଶକ ଡିସିବିଏଲ୍ ଓ ରାଜଗାଙ୍ଗପୁର ୟୁନିଟ୍ ମୁଖ୍ୟ ଚେତନ ଶ୍ରୀବାସ୍ତବ, ଅତିରିକ୍ତ କାର୍ଯ୍ୟନିର୍ବାହୀ ନିର୍ଦେଶକ ଲାଞ୍ଜିବେର୍ଣ୍ଣl ଚୂନପଥର ଖଣି ଓମପ୍ରକାଶ ଖେଲକର , ଡିସିବିଏଲ୍ ଏଇଡ଼ି ତଥା ଆଞ୍ଚଳିକ ଚିକିତ୍ସା ଅଧିକାରୀ ଡ଼. ଡ଼ି କେ ସିଂ, ରାଜଗାଙ୍ଗପୁର ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼. କବିତା ସିଂ, ଜାଗ୍ରୁତି ମହିଲା ମଣ୍ଡଳ ଅଧକ୍ଷ ସରୋଜ ଶ୍ରୀବାସ୍ତବ ଏବଂ ଡାଲମିଆ ବିଦ୍ୟାମନ୍ଦିର ଅଧକ୍ଷ ଜୟଦେବ କର ଉପସ୍ଥିତ ଥିଲେ। ଅନ୍ୟ ଅତିଥିମାନଙ୍କ ସହିତ କମ୍ପାନୀର ବରିଷ୍ଠ ଅଧିକାରୀ, କର୍ମଚାରୀ ଓ ଅଭିଭାବକ ମଧ୍ୟ ଉପସ୍ଥିତ ଥିଲେ । ପରିଶେଷରେ ଡାଲମିଆ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦେଶ ଭକ୍ତି ଉପରେ ଗୀତ ଉପସ୍ଥାପିତ କରି କାର୍ଯ୍ୟକ୍ରମ ଶେଷ ହୋଇଥିଲା। ଡାଲମିଆ ସିମେଣ୍ଟ ମାନବ ସମ୍ବଳ ବିଭାଗର ଇପ୍ସିତା ଦାଶ ଓ ଅପର୍ଣ୍ଣା ମିଶ୍ର ସଭା ପରିଚାଳନା କରିଥିଲେ। ଡାଲମିଆ ସିମେଣ୍ଟ ସୁରକ୍ଷା ବିଭାଗର ରଶ୍ମି କାନ୍ତ ଷଡ଼ଙ୍ଗୀ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । କମ୍ପାନୀର ବିଭିନ୍ନ ବିଭାଗର କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ ପ୍ରଦାନ କରିଥିଲେ ।