ଆଇଜିଏଚ୍‌ ସ୍ୱାସ୍ଥ୍ୟସେବା ମାନରେ ଉତ୍କର୍ଷତା ପାଇଁ ରୋଗୀ ସେବା ପୁରସ୍କାରର ଶୁଭାରମ୍ଭ

1 min read
Spread the love

ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଦ୍ଵାରା ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ରୋଗୀ ସେବାରେ ସାମଗ୍ରିକ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ୟୁନିଟ୍ କର୍ମଚାରୀଙ୍କ ମଧ୍ୟରେ ଏକ ପ୍ରତିଯୋଗିତାମୂଳକ ମାନସିକତା ସୃଷ୍ଟି ଲକ୍ଷ୍ୟନେଇ ଏକ ନୂତନ ରୋଗୀସେବା ପୁରସ୍କାର ଆରମ୍ଭ କରିଛି। ପ୍ରସୂତି ଏବଂ ସ୍ତ୍ରୀ ରୋଗ ୱାର୍ଡ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟୋମାସ ପାଇଁ ରୋଗୀସେବା ପୁରସ୍କାର ବିଜେତା ହୋଇଛନ୍ତି। ସିଭିକ୍ ସେଣ୍ଟରରେ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଆୟୋଜିତ ସମ୍ମାନ ସମାରୋହରେ ଆରଏସପି ଓ ବିଏସଏଲର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଏହି ପୁରସ୍କାର ପ୍ରଦାନ କରିଥିଲେ। ଏହି ପୁରସ୍କାର ଆକାରରେ ୧୦ ହଜାର ଟଙ୍କା ପୁରସ୍କାର ରାଶି ଏବଂ ପ୍ରଶଂସା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।  ପୁରୁଷ ସର୍ଜିକାଲ୍ ୱାର୍ଡ (ଜେନେରାଲ୍ ଏବଂ ଅର୍ଥୋ) ଏହି ପ୍ରତିଯୋଗିତାରେ ରନର୍ସଅପ୍ ହୋଇଥିଲେ ଏବଂ ୫ ହଜାର ଟଙ୍କା ନଗଦ ପୁରସ୍କାର ଏବଂ ପ୍ରଶଂସା ପ୍ରମାଣପତ୍ର ଲାଭ କରିଥିଲେ।

ମେଡିକାଲ ଏବଂ ସ୍ୱାସ୍ଥ୍ୟ ସେବା ବିଭାଗର ସମସ୍ତ ଡାକ୍ତର ଓ କର୍ମଚାରୀ ଏହି ପ୍ରତିଯୋଗିତାରେ ଭାଗ ନେବାକୁ ଯୋଗ୍ୟ ଅଟନ୍ତି। ଏହି ଯୋଜନା ଏକ ଗୋଷ୍ଠୀ ସ୍ୱୀକୃତି ଯୋଜନା ଏବଂ ତ୍ରୟୋମାସିକ ଭିତ୍ତିରେ ଏହା ପ୍ରଦାନ କରାଯିବ। ଆଇଜିଏଚର ବିଭିନ୍ନ ୟୁନିଟ୍ / କ୍ଷେତ୍ର ଦ୍ଵାରା ପ୍ରଦାନ କରାଯାଇଥିବା ସେବାଗୁଡିକରେ ପ୍ରାପ୍ତ ମତାମତ ଉପରେ ଆଧାର କରି ମୂଲ୍ୟାଙ୍କନ କମିଟି ଦ୍ୱାରା ଏହାର ମୂଲ୍ୟାଙ୍କନ କରାଯାଉଛି। ଫିଡବ୍ୟାକ୍ କର୍ମି ମିତ୍ର ଆପ୍ ଏବଂ ସମ୍ପର୍କ ଆପ୍ ମାଧ୍ୟମରେ ନିଆଯାଊଛି। ଉପରୋକ୍ତ ବିଷୟଗୁଡିକ ସହିତ, ମତାମତ ଗ୍ରହଣ ପାଇଁ ପରାମର୍ଶ ବାକ୍ସଗୁଡିକ ଆଇଜିଏଚର ବିଭିନ୍ନ ସ୍ଥାନରେ ରଖାଯାଇଛି।

ଇସ୍ପାତ ଜେନେରାଲ ହସପିଟାଲରେ ରୋଗୀ ସେବାରେ ସାମଗ୍ରିକ ଉନ୍ନତି ଆଣିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି ଏବଂ ଡାକ୍ତରଖାନାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ସେମାନଙ୍କ କାର୍ଯ୍ୟ କ୍ଷେତ୍ରରେ ସର୍ବୋତ୍ତମ ପ୍ରୟାସ କରିବାକୁ ଉତ୍ସାହିତ କରିବା ପାଇଁ ଏକ ସୁସ୍ଥ ପ୍ରତିଯୋଗୀ ମାନସିକତା ସୃଷ୍ଟି କରିବା ଏହି ଯୋଜନାର ଲକ୍ଷ୍ୟ ରହିଛି।

Leave a Reply

Your email address will not be published. Required fields are marked *

error: Content is protected !!