୭୭ତମ ସ୍ୱାଧୀନତା ଦିବସରେ ରାଉରକେଲା ଇସ୍ପାତ କାରଖାନା ନିର୍ମାଣର ବିନ୍ଧାଣୀମାନଙ୍କୁ ସମ୍ବର୍ଦ୍ଧନା

1 min read
Spread the love

ଦେଶର ୭୭ ତମ ସ୍ଵାଧୀନତା ଦିବସ ପାଳନ ପାଇଁ ଇସ୍କାତ ଷ୍ଟାଡିୟମ ଠାରେ ଆରଏସପି ଦ୍ୱାରା ଆୟୋଜିତ ମହୋତ୍ସବରେ, ରାଉରକେଲା ଇସ୍ପାତ କାରଖାନାକୁ ରୂପ ଦେବାରେ ଅନନ୍ୟ ଯୋଗଦାନ ଦେଇଥିବା ୧୮ ଜଣ ବିଶିଷ୍ଟ ପୂର୍ବତନ କର୍ମଚାରୀଙ୍କୁ ‘ଇସ୍ପାତ ବିନ୍ଧାଣି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ୬୦ ଦଶକ ଆରମ୍ଭରେ ରାଉରକେଲା ବଣପାହାଡ ମାଟିରେ ଇସ୍ପାତର ମଞ୍ଜି ବୁଣିଥିବା ଏହି ବ୍ୟକ୍ତିତ୍ବମାନେ ସେମାନଙ୍କର ଉଦ୍ୟମର ସ୍ୱରୂପ ଆରଏସପିର  ଅବିସ୍ମରଣୀୟ ସଫଳତାର ଧାରାର ସାକ୍ଷୀ ଅଟନ୍ତି ଯାହା ଇତିମଧ୍ୟରେ ଏକ ମହାଦୃମରେ ପରିଣତ ହୋଇଛି ଏବଂ ଲକ୍ଷ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବା ସହ ଦେଶର ପ୍ରଗତିରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି। ଓଡିଶାର ଶିଳ୍ପ କୋଣାର୍କର ନିର୍ମାଣରେ ଯୋଗଦାନ ଦେଇଥିବା ଏହି ପୁରାତନ କର୍ମଚାରୀଙ୍କୁ ଆରଏସପି ଏବଂ ବିଏସଏଲ୍ ର ଭାରପ୍ରାପ୍ତ ନିର୍ଦ୍ଦେଶକ ଶ୍ରୀ ଅତନୁ ଭୌମିକ ସମ୍ବର୍ଦ୍ଧିତ କରିଥିଲେ।

ସମ୍ମାନିତ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ନିରଞ୍ଜନ ଚୌଧୁରୀ, ଜାମି କୃଷ୍ଣମୂର୍ତ୍ତି, ହରେ କୃଷ୍ଣ ପରିଡା,  ଶ୍ରୀମନ୍ତ କୁମାର ଲାହିରି, ନିତ୍ୟାନନ୍ଦ ଧର, ପ୍ରାଣ ଗୋବିନ୍ଦା ରୟ, ଦୁଃଖୀଶ୍ୟାମ  ମହାନ୍ତି, ଭୁତନାଥ ମୁଖାର୍ଜୀ, ଭି ଲୋକନାଥ ରାଜୁ, ଅଭିମନ୍ୟୁ ଦାସ, ସୁରେଶ ଚନ୍ଦ୍ର ତ୍ରିପାଠୀ, ବିବେକାନନ୍ଦ ଦାସ, ଶ୍ରୀଧର ପ୍ରସାଦ ରାଉତ, ସୂର୍ଯ୍ୟମଣି ପାଠକ,  ରାମାକୃଷ୍ଣ ରାଜଗୁରୁ, ହରେନ୍ଦ୍ର ପ୍ରସାଦ ମିଶ୍ର, କପିଳେଶ୍ଵର ମହାରଣା ଏବଂ ପ୍ରତାପ ଚନ୍ଦ୍ର ମିଶ୍ର।

ଦେଶ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ ରାଉରକେଲା ଇସ୍ପାତ କାରଖାନାକୁ ଆଜିର ସ୍ୱରୂପକୁ ଆଣିବା ଦିଗରେ ଯୋଗଦାନ ଦେଇଥିବା ଏହି ବୟସ୍କମାନଙ୍କ ଅଦମ୍ୟ ଉତ୍ସାହକୁ ସମ୍ବର୍ଦ୍ଧିତ କରିବାର ଏହା ପ୍ରକୃଷ୍ଟ ସମୟ। କାରଖାନାର ବାଲ୍ୟାବସ୍ଥାର ସାକ୍ଷୀ ଏହି ପୂର୍ବତନ କର୍ମଚାରୀମାନେ ଏହି ମହତ୍ତ୍ୱପୂର୍ଣ୍ଣ ଉତ୍ସବରେ ଏକାଠି ଠିଆହେବା ଭବିଷ୍ୟପିଢୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛି। ସେମାନଙ୍କର ଉଦ୍ୟମ ଏବଂ ସଫଳତାର ଧାରା ଅନବରତ ରହିବ ଏବଂ ରାଉରକେଲା ଇସ୍ପାତ କାରଖାନା ଭବିଷ୍ୟତର ସମୃଦ୍ଧିର ପଥରେ ଅଗ୍ରସର ହୋଇ ଦେଶର ପ୍ରଗତିରେ ସହାୟକ ହେବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!