ଢେଙ୍କାନାଳରେ ପର୍ବାତାରୋହୀ ବିଭାରାଣୀ ପାତ୍ରଙ୍କୁ ଆର୍ଥିକ ସହାୟତା
1 min read
ଗୁରୁବାର ପୂର୍ବାହ୍ନରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ପର୍ବତାରୋହୀ ବିଭାରାଣୀ ପାତ୍ରଙ୍କୁ ତାଙ୍କର ପର୍ବତାରୋହଣ ପାଇଁ ପଚିଶ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ଚେନ୍ ଆକାରରେ ପ୍ରଦାନ କରିଛନ୍ତି। ବିଭାରାଣୀ ଜିଲ୍ଲାର ଜଣେ ସଫଳ ପର୍ବତାରୋହୀ ଅଟନ୍ତି। ସେ ଓଡ଼ପଡ଼ା ବ୍ଳକ୍ ସ୍ଥିତ ମେରାମୁଣ୍ଡଳୀ ଗ୍ରାମର ବାସିନ୍ଦା। ତାଙ୍କ ପିତାଙ୍କ ନାମ କୃଷ୍ଣ ପ୍ରସାଦ ପାଟର ଏବଂ ମାତାଙ୍କ ନାମ ବିଦ୍ୟୁତ ପ୍ରଭା ପାଟରା । ଏଯାବତ୍ ସେ ଖେଳ, ଦୁଃସାହସିକ କ୍ରୀଡ଼ା, ସାମାଜିକ କର୍ମa ୧୨୫୩ଟି କ୍ଷେତ୍ରରେ ପୁରସ୍କାର ପାଇଛନ୍ତି। ସେ ବର୍ତ୍ତମାନ ଆଫ୍ରିକାସ୍ଥିତ କିଲିମର ପର୍ବତକୁ ଆରୋହଣ କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି। ଯାହାକି ପର୍ବତାରୋହଣ ପାଇଁ ସର୍ବ ବୃହତ୍ତମ ଶୃଙ୍ଗ ଅଟେ । ଏହାର ଉଚ୍ଚତା ୧୯,୩୪୧ ଫୁଟ(୫.୮୯୫ମି) ଅଟେ। ଯଦି ସେ ଏହି ପ୍ରୟାସରେ ସଫଳ ହେବେ ତେବେ ସେ ନିଜର ଅଗାମୀ ପ୍ରୟାସରେ ଋଷିଆର ଏଲ୍ବ୍ରସ ଶୃଙ୍ଗ ଆରୋହଣ କରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି। ତାଙ୍କ ପର୍ବତାରୋହଣରେ ଅର୍ଥ ବାଧକ ସାଜୁଥିବା ନେଇ ସେ ୫ଟି ସଚିବଙ୍କୁ ଟୁଇଟ୍ ମାଧ୍ୟମରେ ଜଣାଇଥିଲେ। ଏହାପରେ ୫ଟି ସଚିବଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ତାଙ୍କୁ ୨୫୦୦୦ ଟଙ୍କାର ଆର୍ଥିକ ସହାୟତା ରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଛି। ଏହି ଅବସରରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ତାଙ୍କ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା(ରାଜସ୍ୱ), ଢେଙ୍କାନାଳ ସଦର ବ୍ଳକ ଉନ୍ନୟନ ଅଧିକାରୀ ସୁଧୀର ନାୟକ ଏବଂ ଜିଲ୍ଲା ଆପାତ୍ତକାଳୀନ ଅଧିକାରିଣୀ ଲୋପାମୁଦ୍ରା ରଥ ଉପସ୍ଥିତ ରହିଥିଲେ।