ରାଜଗାଙ୍ଗପୁରରେ ଚଳନ୍ତାବାଇକ ଉପରେ ପଡ଼ିଲା ବିଦ୍ୟୁତ ଖୁଣ୍ଟ

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଅଞ୍ଚଳରେ ଚଳନ୍ତା ବାଇକ ଉପରେ ବିଦ୍ୟୁତ ଖୁଣ୍ଟ ପଡ଼ି ଅଳ୍ପକେ ବର୍ତଲେ ବାଇକ ଚାଳକ। ସୂଚନା ମୁତାବକ ଲମଲୋଇ ଅଞ୍ଚଳର ବାଗଡେଗା ଗ୍ରାମ ନିକଟରେ ବାଇକ ନେଇ ଯାଉଥିବା ବେଳେ ଜଣେ ବ୍ୟକ୍ତି ୧୧ କେଭି ବିଦ୍ୟୁତ ଖୁଣ୍ଟଟି ହଠାତ ବାଇକ ଉପରେ ପଡିଯାଇଥିଲା।

ଏଥିରେ ବାଇକ ଚାଳକ ବଡ଼ଗୁଡ଼ିଆଳି ଅଞ୍ଚଳର ହରେକୃଷ୍ଣ ଲାକ୍ରା ଅଳ୍ପକେ ବର୍ତିଯାଇଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ଲୋକମାନେ ପହଞ୍ଚି ବାଇକ ଚାଳକକୁ ଉଦ୍ଧାର କରିଥିଲେ। ଗୁରୁବାର ଅପରାହ୍ନ ସମୟରେ ହରେକୃଷ୍ଣ ନିଜ ବାଇକରେ ଯାଉଥିବା ସମୟରେ ବାଗଡେଗା ଗ୍ରାମ ନିକଟରେ ତାଙ୍କ ବାଇକ ଉପରେ ବିଦ୍ୟୁତ ଖୁଣ୍ଟ ପଡିଯାଇଥିଲା। ଏଥିରୁ ସେ ଅଳ୍ପକେ ବର୍ତିଯାଇଥିଲେ। ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ବିପଦସଂକୁଳ ଅବସ୍ଥାରେ ରହିଥିଲେ ମଧ୍ୟ ଏଥିପ୍ରତି ବିଦ୍ୟୁତ ବିଭାଗ ର କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହା ଦ୍ଵାରା ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏହି ଘଟଣା ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ରେ ଦାବି ହେଉଛି।

Leave a Reply

Your email address will not be published. Required fields are marked *

error: Content is protected !!