ଲେଡି ଲାଏନ ହେଲ୍ପିଙ୍ଗ ହ୍ୟାଣ୍ଡ ଟିମ ପକ୍ଷରୁ ନିଆରା ଢଙ୍ଗରେ ପାଳିତ ହେଲା ସ୍ବାଧୀନତା ଦିବସ
1 min read
୭୭ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଲେଡି ଲାଏନ ହେଲ୍ପିଙ୍ଗ ହ୍ୟାଣ୍ଡ ଟିମ ପକ୍ଷରୁ ନିଆରା ଢଙ୍ଗରେ ଭିଭିନ୍ନ କାର୍ଯ୍ୟକ୍ରମ ଆୟ୍ଜିତ ହୋଇଛି। ଏହି ଅବସରରେ ଛୋଟ ଛୋଟ ପିଲାମାନଙ୍କୁ ନେଇ ଚିତ୍ରାଙ୍କନ, ନାଚ ଓ ଗୀତ ପ୍ରତିଯୋଗିତା ହୋଇଥିଲା। ଏଥିରେ ୭୫ଜଣ ଛୋଟ ଛୋଟ ପିଲା ଭାଗ ନେଇଥିଲେ। ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଆଗ୍ରହ ଓ ଉତ୍ସାହର ସହିତ ପିଲାମାନେ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।
ଲେଡି ଲାଏନ ହେଲ୍ପିଙ୍ଗ ହ୍ୟାଣ୍ଡର ଅଧ୍ୟକ୍ଷା ବନ୍ଦିତା ମାହାତୋଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଏଥିରେ ସମ୍ମାନୀତ ଅତିଥିଭାବେ ଛବି ଅରୋରା ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ଏଥିରେ ଆୟୋଜକ ଅନୁଷ୍ଠାନର ସାରିକା ମହାତୋ, ନିତାଞ୍ଜଳି ପରିଡା, ରେଖା ଗୁପ୍ତା, ସୁମିତ୍ରା ସାହୁ, ରଶ୍ମିବାଳା ମହାନ୍ତ, ପୁଷ୍ପାଞ୍ଜଳି ସାହୁ, ଧାନମୟା ବିଷ୍ଟ, ଲଷ୍ମୀ ସା ପ୍ରମୁଖଙ୍କ ସମେତ ସଙ୍ଗଠନର ସମ୍ପାଦିକା ସ୍ନେହଲତା ପାତ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।