ଲାଏନ୍ସ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ
1 min read
ଲାଏନ୍ସ ବେଦବ୍ୟାସ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଦେଶାତ୍ମବୋଧକ ବିଷୟ ଓ ପ୍ରସଙ୍ଗକୁ ନେଇ ଛୋଟ ଛୋଟ ପିଲାମାନଙ୍କ ମଧ୍ୟରେ ଏକ କୌତୁକିଆ ପୋଷାକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହା ସହିତ ପୂର୍ବ ଘୋଷଣା ଓ ସୂଚନା ମୁତାବକ ଲାଏନ୍ସ ଆଇ ହସ୍ପିଟାଲ, ସିଭିଲ ଟାଉନସିପ୍ ପରିସରରେ ଇଏନ୍ଟି ବା କର୍ଣ୍ଣ, ଗଳା ଓ ନାଶା ଚିକିତ୍ସାଳୟର ଉଦ୍ଘାଟନ ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ଲାଏନ୍ସ କ୍ଲବ୍ ଡିଷ୍ଟ୍ରିକ୍ଟ ୩୨୨ସି-୨ର ଗର୍ଭର୍ଣ୍ଣର ପ୍ରବୀଣ ଅଗ୍ରୱାଲ ଯୋଗଦେଇଥିଲେ।

ଏହାସହିତ ଇଏନ୍ଟି ଡାକ୍ତର ଦେବେନ୍ଦ୍ର ସାହୁଙ୍କ ସମେତ ରାଉରକେଲା ଲାଏନ୍ସ କ୍ଲବ୍ ବେଦବ୍ୟାସର ସଭାପତି ସୁଶମା ସାରଦା, ସମ୍ପାଦକ ଉଢା ସାଙ୍ଘଭି, ପୂର୍ବତନ ଅଧ୍ୟକ୍ଷ ଅତୁଲ ସାଙ୍ଗଭି, ହସ୍ପିଟାଲ ପରିଚାଳନା ସମିତିର ଉପାଧ୍ୟକ୍ଷ ସତିଶ ଗୌତମ, କୋଷାଧ୍ୟକ୍ଷ ପୱନ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

ହସ୍ପିଟାଲ ପରିଚାଳନା ସମିତିର ଅଧ୍ୟକ୍ଷ ସୁରେଶ ଅଗ୍ରୱାଲ ନୂତନ ହସ୍ପିଟାଲ ଓ ଏହାର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ ଆମେ ରାଉରକେଲା ବାସିନ୍ଦା ଏବଂ ଆଖପାଖର ଲୋକଙ୍କୁ ସର୍ବୋତ୍ତମ ସେବା ଯୋଗାଇବାକୁ ଚେଷ୍ଟା କରୁଛୁ। ଏହି କ୍ରମରେ ପୂର୍ବରୁ ଥିବା ଚକ୍ଷୁ ଚିକିତ୍ସାଳୟ ସହିତ ଇନ୍ଟି ଚିକିତ୍ସାଳୟର ସୁବିଧା ନେବା ପାଇଁ ସେ ରାଉରକେଲାବାସୀଙ୍କୁ ଆହ୍ବାନ ଦେଇଥିଲେ।