ରାଜଗାଙ୍ଗପୁରରେ ବ୍ୟାଙ୍କ୍‌ରୁ ଟଙ୍କା ନେବାକୁ ଆସିଥିବା ଗାଡ଼ି ର ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଗୁଳି ଫୁଟି ୩ଆହତ

1 min read
Spread the love

ରାଜଗାଙ୍ଗପୁରରେ ଥିବା ଆଇସିଆଇସିଆଇ ବ୍ୟାଙ୍କ୍‌ରୁ ଟଙ୍କା ନେବାକୁ ଆସିଥିବା ଏକ ଭ୍ୟାନ୍‌ର ସୁରକ୍ଷା କର୍ମୀଙ୍କ ବନ୍ଧୁକରୁ ଅସାବଧାନତାବଶତଃ ଗୁଳି ଫୁଟି ଆଖପାଖ ଅଞ୍ଚଳର ୩ଜଣଙ୍କ ଦେହରେ ବାଜିବାରୁ ସେମାନେ ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ଏବଂ ପରେ ରାଉରକେଲା ଆର୍‌ଜିଏଚ୍‌କୁ ଅଧିକ ଚିକିତ୍ସା ନିମନ୍ତେ ସ୍ଥାନାନ୍ତର କରାଯାଇଛି। ବ୍ୟାଙ୍କ ସମ୍ମୁଖରେ ଟଙ୍କା ନେବା ପାଇଁ ଗାଡି ଠିଆ ହୋଇ ଥିବା ବେଳେ ବ୍ୟାଙ୍କର ସୁରକ୍ଷା କର୍ମୀ ରଞ୍ଜିତ ସିଂ ଜଣେ ସହକର୍ମୀଙ୍କ ପାଖରେ ବନ୍ଧୁକ ରଖି କିଛି ସମୟ ପାଇଁ ବାହାରକୁ ଯାଇ ଆସି ବନ୍ଧୁକ ଉଠାଇବା ସମୟରେ ଅସାବଧାନତା ଯୋଗୁ ବନ୍ଧୁକରେ ଥିବା ଗୁଲି ଫୁଟି ଯାଇଥିଲା। ଏହି ସମୟରେ ଆଖପାଖ ଅଞ୍ଚଳରେ ଯାଉଥିବା ଜାମପାଲ୍ଲୀର ସୀତା ଲାକ୍ରା, ଶାନ୍ତି ନଗରର ଅନୁରାଗ ତନ୍ତୀ ଓ ଦିଲୱାର ଗଞ୍ଜ ର ମହମ୍ମଦ ଇଲିୟାସଙ୍କୁ ଗୁଳି ବାଜି ସେମାନେ ରକ୍ତାକ୍ତ ହୋଇ ଯାଇଥିଲେ। ଏହାପରେ ସ୍ଥାନୀୟ ଲୋକମାନେ ପୋଲିସ କୁ ଖବର ଦେବା ସହ ଆହତମାନଙ୍କୁ ସ୍ଥାନୀୟ ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ସମସ୍ତ ଆହତଙ୍କୁ  ରାଉରକେଲା ସ୍ଥିତ ଆର୍‌ଜିଏଚ୍‌କୁ ସ୍ଥାନାନ୍ତର କରାଯାଇଛି l ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସୁରକ୍ଷା କର୍ମୀ ଏବଂ ବନ୍ଧୁକ ଥାନାକୁ ନେଇ ଅଟକ ରଖି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଆହତ ୩ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *

error: Content is protected !!