ହାତୀବାରୀ ଅଞ୍ଚଳରେ ଜଣେ ଛାତ୍ରୀର ଦୁର୍ଘଟଣାକୁ ନେଇ ହାତୀବାରୀ ଥାନାରେ ଉତ୍ତେଜନା

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲାର ହାତୀବାରୀ ଥାନା ଅଞ୍ଚଳରେ ଜଣେ ଛାତ୍ରୀର ଦୁର୍ଘଟଣାରେ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ସୂଚନା ମୁତାବକ ଅଗଷ୍ଟ ୧୫ ତାରିଖ ଦିନ ସ୍ବାଧୀନତା ଦିବସ ପାଳଣ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ସମୟରେ ରାକ୍ଷି ପ୍ରଧାନ ନାମକ ଜଣେ ଛାତ୍ରୀକୁ ଏକ ପଲ୍‌ସାର ଗାଡ଼ି ଚାଳକ ଧକ୍କା ଦେଇ ଦୁର୍ଘଟଣା ଘଟାଇଥିଲା। ଏହାପରେ ଆହତ ଛାତ୍ରୀଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ଏବଂ ପରେ ଅଧିକ ଚିକିତ୍ସା ପାଇଁ ଆର୍‌ଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା।

ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ମୃତ୍ୟୁକୁ ନେଇ ହାତୀବାରୀ ଥାନାରେ ମୃତକ ଛାତ୍ରୀଙ୍କ ପରିବାରର ସଦସ୍ୟ ଓ ଅନ୍ୟ କିଛି ସ୍ଥାନୀୟ ବ୍ୟକ୍ତି ପହଞ୍ଚି ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *

error: Content is protected !!