Skip to content
ରାଉରକେଲା ଉପକଣ୍ଠରେ ଥିବା ପ୍ରଶିଦ୍ଧ ଶୈବ ପୀଠ ବେଦବ୍ୟାସଠାରେ ଥିବା ନଦୀ ଘାଟରେ ଗାଧୋଇବା ସମୟରେ ଜଣେ ଯୁବକ ନିଖୋଜ ହୋଇଯାଇଛି। ସୂଚନା ମୁତାବକ ଏକ ମୃତ୍ୟୁକାଳୀନ ଅନ୍ତେଷ୍ଟି କାର୍ଯ୍ୟରେ ଯୋଗଦେବାକୁ ୪ଜଣ ଯୁବକ ଆସିଥିଲେ। ଅନ୍ତେଷ୍ଟି କାର୍ଯ୍ୟ ସମାପନ ପରେ ପରେ ସମସ୍ତେ ଗାଧୋଇବା ପାଇଁ ନିକଟସ୍ଥ ନଦୀ ଘାଟକୁ ଯାଇଥିଲେ।
ଏହି ସମୟରେ ଦୁଇଜଣ ପାଣିରେ ବୁଡ଼ିଯାଇଥିଲେ। ସେଠାରେ ଥିବା ଅନ୍ୟମାନଙ୍କ ସହାୟତାରେ ଜଣକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଅନ୍ୟଜଣକ ବୁଡିଯାଇଥିଲେ। ପରେ ପରେ ଏ ନେଇ ଘାଟରେ ଥିବା ଓଡ୍ରାଫ ଦଳ ସହାୟତାରେ ଖୋଜାଖୋଜି ଆରମ୍ଭ ହୋଇଥିଲା। ସନ୍ଧ୍ୟା ସୁଦ୍ଧା ନିଖୋଜ ଯୁବକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଗୁରୁବାର ପୁଣି ଥରେ ଖୋଜାଖୋଜି ଆରମ୍ଭ ହେବ ବୋଲି ସୂଚନା ମିଳିଛି।
Post Views: 470
error: Content is protected !!