ଜୟ ମା ସମେଲାଇ ସେବା ଶକ୍ତି କ୍ଲବ ପକ୍ଷରୁ ନକ୍‌ ଆଉଟ ପୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟ

1 min read
Spread the love

ରଘୁନାଥପାଲ୍ଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସେକ୍ଟର ୭/୧୭ ଟାଟା ପଡ଼ିଆଠାରେ ଜୟ ମା’ ସମଲେଇ ସେବା ଶକ୍ତି କ୍ଳବ ଆନୁକୂଲ୍ୟରେ ସ୍ୱାଧୀନତା ଦିବସ ଅବସରରେ ଏକ ଦିବସୀୟ ନକ୍‌ ଆଉଟ ଫୁଟବଲ ଟୁଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି। ଏଥିରେ ମୋଟ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟ ଫାଇନାଲ ମ୍ୟାଚ ଉତ୍ସବରେ ମୂଖ୍ୟ ଅତିଥି ଭାବରେ  ରାଉରକେଲା ଇସ୍ପାତ କାରଖାନା ର ଡେପୁଟି ଜେନେରାଲ ମ୍ୟାନେଜର ତଥା ବିଶିଷ୍ଟ ସମାଜସେବୀ ଇଂ ଖଦାଳ ସେଠି, ସଂମ୍ମାନୀୟ ଅତିଥିଭାବେ ଅଖିଳ ଭାରତୀୟ କଂଗ୍ରେସ କମିଟି  ପଛୁଆ ବର୍ଗ ଜାତି ବିଭାଗ ର ର ରାଷ୍ଟ୍ରୀୟ  ସହ ସଂଯୋଜକ କୈଳାଶ ଚନ୍ଦ୍ର ସାହୁ, ବିଶିଷ୍ଟ ଫୁଟବଲ ଖେଳାଳୀ ମହମଦ ସେକ ସିକନ୍ଦର ଆଲାମ, ନବାବ  ଅଖ୍‌ତାର, ଶିକ୍ଷକ ବେଣୀ ପ୍ରସାଦ ମହାନ୍ତ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପ୍ରତିଯୋଗିତାରେ  ସବେର ସ୍ପୋଟିଙ୍ଗ କ୍ଲବ ସେକ୍ଟର -୧୮ ଦଳ  ୧-0 ଗୋଲ ରେ ବିଜୟୀ ହୋଇଥିଲେ। ସେହିଭଳି ଭେଟେରାନ୍‌ କ୍ଲବ ସେକ୍ଟର -୧ ଦଳ  ଉପ-ବିଜେତା ହୋଇଥିଲେ।

ବିଜେତା ଦଳକୁ ପାଞ୍ଚ ହଜାର ଟଙ୍କା ଓ ଟ୍ରଫି, ଉପ ବିଜେତା ଦଳକୁ ତିନି ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିଭଳି ତୃତୀୟ ଦଳ କେବି ବ୍ରଦର ସେକ୍ଟର -୧୭ କୁ ୧୦କିଲୋଗ୍ରାମ ଚିକେନ ପୁରସ୍କାର ଦିଆଯାଇ ଥିଲା। ଏହି କାର୍ଯ୍ୟକ୍ରମରେ ଜୟ ମା’ ସମେଲାଇ ସେବା ଶକ୍ତି କ୍ଳବ ର କର୍ମକର୍ତ୍ତା ବିକାଶ ସୁନା, ବିନୋଦ କୋଲତ,ବିଶାଳ ସିନ୍ଦ୍ରିୟା, ଗଣେଶ ସୁନା ରଂଜିତ ଦାସ, ସଂଜିବ ସାଗର ଅବିଷେକ ପତ୍ରରଖମିଆ, ଅମନ ବେହେରା, ଦୀପକ ସୁନା ରେଫରୀ ସେକ ଆଜମତ ଅଲ୍ଲୀ, ସେକ ଜମାଳ, ସେକ ଗୁଲାମ ମୁସ୍ତଫା ସେକ ଅସଦୁଲ ପ୍ରମୁଖ ଖେଳ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!