ଡ ଆମ୍ବେଦକର ଶିକ୍ଷାନୂଷ୍ଠାନ ସମୂହ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ

1 min read
Spread the love

ରାଉରକେଲା ସହର ଉପକଣ୍ଠରେ ଥିବା ଜଗଦା ସ୍ଥିତ ଡ ଆମ୍ବେଦକର ଶିକ୍ଷାନୂଷ୍ଠାନ ସମୂହ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ହୋଇଯାଇଛି। ସିକ୍ଷାନୁଷ୍ଠାନ ସମୂହର ଅଧ୍ୟକ୍ଷ ଡ ଜତିନ୍ଦ୍ର ନାୟକ ଇନ୍ଦିରା ଆଇଟିଆଇଠାରେ ପତାକା ଉତ୍ତୋଳନ କରିଥିଲେ। ସେହିଭଳି ଜବାଘାଟ ସ୍ଥିତ ଫାର୍ମାସୀ କଲେଜ ଓ ଯୁକ୍ତ ଦୁଇ କଲେଜ ପରିସରରେ ଦୁଇଟି ଅନୁଷ୍ଠାନ ମୁଖ୍ୟ କାର୍ଯ୍ୟନିର୍ବାହୀ ଇଂ ଅଭିଳାଶ ନାୟକ ପତାକା ଉତ୍ତୋଳନ କରିଥିଲେ। ସେହିଭଳି ବରିଷ୍ଠ ଶିକ୍ଷାବିତ୍‌ ପ୍ରଫେସର କଲ୍ୟାଣୀ ମିଶ୍ର ଡାମିଟ୍‌ସରେ ଏବଂ ଆମ୍ବେଦକର ନର୍ସିଙ୍ଗ କଲେଜ୍‌ରେ ବରିଷ୍ଠ ଡାକ୍ତର ଉତ୍ତମ ଚରଣ ଜେନା ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ଏକ  ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଏଥିରେ ଅନୁଷ୍ଠାନ ସମୁହରେ କିଛିବର୍ଷ ଧରି କାର୍ଯ୍ୟ କରିଥିବା ବରିଷ୍ଠ ଅଧିକାରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଶିକ୍ଷାନୁଷ୍ଠାନ ସମୁହର ଅଧ୍ୟକ୍ଷ ଇଂ ଜତିନ୍ଦ୍ର ନାୟକଙ୍କ ସମେତ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ରାଶ, ବରିଷ୍ଠ ସମାଜସେବୀ ସଞ୍ଜିବ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।

ଏହି କାର୍ଯ୍ୟକ୍ରମକୁ ଡାମିଟ୍‌ସର ଅଧ୍ୟକ୍ଷ ଡକ୍ଟର ଭବାନୀ ଶଙ୍କର ଦାଶ ପରିଚାଳନା କରିଥିଲେ। ଏଥିରେ ଡ ଆମ୍ବେଦକର ଶିକ୍ଷାନୁଷ୍ଠାନ ସମୁହର ମୋଟ ୮ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଶିକ୍ଷକ ଓ ଶିଷୟିତ୍ରୀମାନେ ଯୋଗଦେଇଥିଲେ।  

Leave a Reply

Your email address will not be published. Required fields are marked *

error: Content is protected !!