Skip to content
ରାଉରକେଲା ମହାନଗର ନିଗମ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସୁନ୍ଦରଗଡ଼ର ମିଳିତ ଆନୁକୂଲ୍ୟରେ ଭତ୍ତା ବିତରଣ ଶିବିର ଛେଣ୍ଡ୍ ସ୍ଥିତ ଆହୁତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ନୂତନ ଭାବେ ମଞ୍ଜୁର ହୋଇଥିବା ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନା ଅଧୀନରେ ପରିଚୟ ପତ୍ର ଓ ଭତ୍ତା ପ୍ରଦାନ କରାଯାଇଥିଲା। ଏଥିରେ ମୋଟ ୧୦୩୧ ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ, ବିଧବା ଓ ଦିବ୍ୟାଙ୍ଗ ଭତ୍ତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମ ଏବଂ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ଅତିଥି ଭାବେ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ଯୋଗ ଦେଇ ନୂତନ ଭାବେ ମଞ୍ଜୁର ହୋଇଥିବା ହିତାଧିକାରୀଙ୍କୁ ପରିଚୟ ପତ୍ର ଓ ଭତ୍ତା ପ୍ରଦାନ କରିଥିଲେ । ଏହା ସହିତ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ଯୋଜନା ସମ୍ପର୍କରେ ଅବଗତ ନଥିବା ଯୋଗ୍ୟ ହିତାଧିକାରୀ କିଭଳି ସୁଫଳ ପାଇପାରିବେ ସେ ନେଇ ସହଯୋଗ କରିବାକୁ ଉପସ୍ଥିତ ଅଧିକାରୀ ଏବଂ ଜନସାଧାରଣଙ୍କୁ ଅପିଲ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡା ଶୁଭଙ୍କର ମହାପାତ୍ର, ଆର୍ଏମ୍ସି ଉପ ଆୟୁକ୍ତ ସୁଧାଂଶୁ ଭୋଇ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ସୁନ୍ଦରଗଡ଼ ଅଶୋକ ହାବଡ଼ା ସିଂ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫତିମା ଏକ୍କା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମିନୁ ତାଣ୍ଡିଆ, ସମାଜ ମଙ୍ଗଳ ଅଧିକାରୀ ଚେତାଓ୍ବନୀ ବଡ଼ାଇକ ଓ ସମାଜ ମଙ୍ଗଳ ବିଭାଗର ରସାୟନ ନାୟକ ଉପସ୍ଥିତ । ଏହି ଉଅବସରରେ ନୂତନ ଭାବେ ଚିହ୍ନଟ ହୋଇ ପରିଚୟ ପତ୍ର ଓ ଭତ୍ତା ପାଇଥିବାରୁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ହିତାଧିକାରୀ ।
Post Views: 107
error: Content is protected !!