ଭାରତୀୟ ରେଳବାଇ ପକ୍ଷରୁ ସ୍ୱଧିନତା ଦିବସ ପୂର୍ବ ଦିନ ବିଭାଜନ ପ୍ରସଙ୍ଗକୁ ନେଇ ଫୋଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ
1 min read
ପୂର୍ବ ବର୍ଷ ଭଳି ଚଲିତ ବର୍ଷ ମଧ୍ୟ ଭାରତୀୟ ରେଳବାଇ ପକ୍ଷରୁ ସ୍ୱଧିନତା ଦିବସ ପୂର୍ବ ଦିନ ଭାରତ-ପାକିସ୍ଥାନ ବିଭାଜନ ପ୍ରସଙ୍ଗକୁ ନେଇ ଫୋଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି। ଏହି କ୍ରମରେ ରାଉରକେଲା ରେଳ ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ନିକଟରେ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏଥିପାଇଁ ହୋଇଥିବା ସଭାରେ ବନ୍ଧମୁଣ୍ଡା ଏଆର୍ଏମ୍ ବା ଆଞ୍ଚଳିକ ପରିଚାଳକ ରାଜ କିଶୋର ମହାନ୍ତି ଅଧ୍ୟକ୍ଷତା କରି କାର୍ଯ୍ୟକ୍ରମ ଆୟୋଜନ ସମ୍ପର୍କରେ ସୂଚନା ଦେଇଥିଲେ। ତାଙ୍କ ସୂଚନା ମୁତାବକ ୧୯୪୭ ମସିହାରେ ଦେଶ ସ୍ୱାଧୀନ ହେବାର ପୂର୍ବ ଦିନ ଅର୍ଥାତ୍ ଅଗଷ୍ଟ ୧୪ ତାରିଖ ଦିନ ସେତେବେଲର ଅଖଣ୍ଡ ଭାରତ ଦୁଇଟି ଦେଶ ଅର୍ଥାତ୍ ଭାରତ ଓ ପାକିସ୍ଥାନରେ ବିଭାଜିତ ହୋଇଥିଲା।

ଏହି ବିଭାଜନ ପରେ ଉଭୟେ ଭାରତ ଓ ପାକିସ୍ଥାନରେ ବ୍ୟାପକ ହିଂସା ଓ ଗଣ୍ଡଗୋଳ ହୋଇଥିଲା। ଏହା ସେତେବେଳର ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କୁ ବ୍ୟଥିତ କରିଥିଲା। ଏହି ସମ୍ପର୍କରେ ହୋଇଥିବା ଘଟଣା ସମ୍ପର୍କୀତ ଏକ ଫୋଟୋଚିତ୍ର ପ୍ରଦର୍ଶନୀକୁ ଜଣେ ବରିଷ୍ଠ ନାଗରିକ ତଥା ଅବସରପ୍ରାପ୍ତ ରେଳବାଇ କର୍ମଚାରୀ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରାଉରକେଲା ରେଳ ଷ୍ଟେସନର ବରିଷ୍ଠ ପ୍ରବନ୍ଧକ ପ୍ରଭାସ ଦାସ ଓ ଅନ୍ୟମାନେ ଉପସ୍ଥିତ ଥିଲେ।