ମିଳିତ ଶ୍ରମିକ ସଙ୍ଗଠନ ପକ୍ଷରୁ ସ୍ୱାଧିନତା ଦିବସ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ
1 min read
ପୂର୍ବ ଘୋଷଣା ଓ ସୂଚନା ମୁତାବକ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ସିଆଇଟିୟୁ, କ୍ଷେତ ମଜ୍ଦୁର ସଗଠନ ଓ କୃଷକ ସଭାର ମିଳିତ ସହଯୋଗରେ ସୋମବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ସ୍ୱାଧୀନତା ସମ୍ପର୍କୀତ ବିଭିନ୍ନ ବାର୍ତ୍ତା ପ୍ରଚାର ଉଦ୍ଦେଶ୍ୟରେ ଏକ ଗଣଦୋଡ଼ ଆୟୋଜିତ ହୋଇଥିଲା। ଏଥିରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତି ଭାଗନେଇଥିଲେ।

ଏହାପରେ ଭଞ୍ଜଭବନଠାରେ ଏକ ବେଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଦେଶର ସ୍ୱାଧୀନତା ଓ ସାମ୍ପ୍ରତିକ ସ୍ଥିତି ସମ୍ପର୍କୀତ ଏକ ଆଳୋଚନା ଚକ୍ର ଆୟୋଜିତ ହୋଇଥିଲା। ଏଥିରେ ବରିଷ୍ଠ ଶ୍ରମିକ ନେତା ଜନାର୍ଦ୍ଦନ ପତି ଯୋଗଦେଇ ସାମ୍ପ୍ରତିକ ସମୟରେ ଦେଶର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଅଥିରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶ୍ରମିକ ନେତା ବିଷ୍ଣୁ ମହାନ୍ତି, ବରିଷ୍ଠ ଶିକ୍ଷାବିତ୍ ଡ ପ୍ରଭାତ ମଲ୍ଲିକ ଏବଂ ବରିଷ୍ଠ ସାହିତ୍ୟିକ ଭୁପେନ ମହାପାତ୍ର ପ୍ରମୁଖ ଯୋଗଏଇ ଆଲୋଚନା କରିଥିଲେ।

ଏହାପରେ ପରେ ଅହୋରାତ୍ର ଜାଗରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ନୃତ୍ୟ ଓ ଗୀତ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତି ଯୋଗଦେଇଥିଲେ।