ସିଆର୍‌ପିଏଫ୍‌ ୧୯ ବାଟାଲିୟନ ପକ୍ଷରୁ ହର୍‌ ଘର ତିରଙ୍ଗା କାର୍ଯ୍ୟକ୍ରମ: ସାମିଲ ହେଲେ ବିଭିନ୍ନ ବର୍ଗର ସହରବାସୀ

1 min read
Spread the love

ସ୍ୱାଧୀନତା ଦିବସ ର ପୂର୍ବଦିନ ସାରା ଦେଶରେ ପାଳିତ ହୋଇଛି ହରଘର ତିରଙ୍ଗା କାର୍ଯ୍ୟକ୍ରମ। ଏଥିପାଇଁ ଆମ ଦେଶର ସ୍ୱାଧୀନତା ଏବଂ ଜାତୀୟ ପତାକାକୁ ସମ୍ମାନ ଜଣାଇବା ପାଇଁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏହି କ୍ରମରେ ରାରକେଲାରେ ଅବସ୍ଥାପିତ ସିଆର୍‌ପିଏଫ୍‌ ୧୯ତମ ବାଟାଲିୟନ ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। ସହରର ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ଅଞ୍ଚଳରେ ଥିବା ବାଟାଲିୟନ ମୁଖ୍ୟାଳୟରୁ ଏହି ଅବସରରେ ବାହାରିଥିବା ଶୋଭାଯାତ୍ରାର ନେତୃତ୍ୱରେ ନେଇଥିଲେ ବାଟାଲିୟନ କମାଣ୍ଡାଣ୍ଟ ମନୋଜ କୁମାର। ଏଥିରେ ଉପ କମାଣ୍ଡାଣ୍ଟ ସିରାଜ ଉଲ ଆଲାମ ଓ ଅମିତ କୁମାରଙ୍କ ସମେତ ଡାକ୍ତର ସାଖୀ ଟପ୍ପୋଙ୍କ ସମେତ ଅନ୍ୟ ଅଧିକାରୀ ଓ ଜବାନମାନେ ଯୋଗଦେଇଥିଲେ। ମୁଖ୍ୟାଳୟରୁ ବାହାରି ଶୋଭାଯାତ୍ରା ବିଶ୍ରା ଛକ ପହଞ୍ଚିବା ପରେ ଏଥିରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତି ଓ ସଙ୍ଗଠନ ବିଶେଷ କରି ଶିଳ୍ପ ଓ ବଣିକ ସଂଘ, ଲାଏନ୍ସ କ୍ଲବ୍‌ ଆଦିର ସଂଘଠନର କର୍ମକର୍ତ୍ତା ଓ ସଦସ୍ୟମାନେ ଯୋଗଦେଇଥିଲେ।

ଶୋଭାଯାତ୍ରାଟି ସହରର ମୁଖ୍ୟ ରାସ୍ତା ଓ ରିଙ୍ଗରୋଡ୍‌ରେ ଯିବା ସମୟରେ ଶୋଭାଯାତ୍ରାକାରୀଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଓ ସମର୍ଥନ କରିଥିଲେ ସହରବାସୀ। ଏହିଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସହରବାସୀ ନିଜର ଦେଶପ୍ରେମ ଓ ଭାଇଚାର ପ୍ରଦର୍ଶନ କରିଥିଲେ। କିଛି ସମୟ ପାଇଁ  ଏଥିରେ ଯୋଗଦେଇଥିଲେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସାରଦା ପ୍ରସାଦ ନାୟକ। ସେ ତାଙ୍କ ବକ୍ତବ୍ୟରେ କ୍ଷୁଦ୍ରଭାରତର ସହରଭାବେ ପରିଚିତ ସ୍ମାର୍ଟ ସିଟି ରାଉରକେଲାରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନକୁ ପ୍ରଶଂସା କରି ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭକାମନା ଜଣାଇଥିଲେ। ଶେଷରେ ସିଆର୍‌ପିଏଫ୍‌ ମୁଖ୍ୟାଳୟରେ ପହଞ୍ଚି ଶୋଭାଯାତ୍ରା ସମପାନ ହୋଇଥିଲା।   

Leave a Reply

Your email address will not be published. Required fields are marked *

error: Content is protected !!