୭୭ତମ ସ୍ବାଧୀନତା ଦିବସ ଉପଲକ୍ଷେ ଗଣଦୌଡ ଅନୁଷ୍ଠିତ
1 min read
ସକାଳ ୬ ଘଟିକା ସମୟରେ ୭୭ ତମ ସ୍ବାଧିନତା ଦିବସ ପାଳନ ଉପଲକ୍ଷେ ଢେଙ୍କାନାଳ ବନଖଣ୍ଡ ବିଭାଗ ସୈଜନ୍ୟ ପକ୍ଷରୁ ସ୍ଥାନୀୟ ପୋଲିସ ପ୍ରଶାସନ ସହଯୋଗରେ ଏକ ଗଣଦୌଡ ଅନୁଷ୍ଠିତ ହୋଇଛି। ଢେଙ୍କାନାଳ ମିନି ଷ୍ଟାଡିୟମ ଠାରୁ ଏହି ଗଣଦୌଡ ଆରମ୍ଭ ହୋଇଥିଲା। ପଞ୍ଚ କିଲୋମିଟର ବ୍ୟାପୀ ଏହି ଗଣଦୌଡ ରେ ୧୨୩ ଜଣ ଯୁବକ ଓ ଯୁବତୀ ଅଂଶଗ୍ରହଣ କରି ସହର ମଧ୍ୟରେ ଦୌଡ଼ିଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୯୭ ଜଣ ସଫଳତାର ସହ ଦୈଡ ସମାପନ କରି ମିନି ଷ୍ଟାଡିୟମ ଠାରେ ପହଞ୍ଚିଥିଲେ। ଏହି ଗଣଦୌଡ କୁ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ, ବନଖଣ୍ଡ ଅଧିକାରୀ ସୁମିତ କୁମାର କର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂର୍ଯ୍ୟମଣି ପ୍ରଧାନଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଗଣଦୌଡ ଢେଙ୍କାନାଳବାସୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି। ଏହା ଆଗାମୀ ଦିନରେ ସୁସ୍ଥ ଢେଙ୍କାନାଳ ଗଢ଼ିବା ଦିଗରେ ବିଶେଷ ସହାୟକ ହେବ। ସୁସ୍ଥ ଢେଙ୍କାନାଳ, ସୁସ୍ଥ ଓଡ଼ିଶା ତଥା ସୁସ୍ଥ ଭାରତ ଗଠନ ଆମ ସମସ୍ତଙ୍କର ଲକ୍ଷ୍ୟ ହେବା ଉଚିତ ବୋଲି ଉତ୍ସବ ରେ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଗଣଦୌଡରେ ଢେଙ୍କାନାଳ ଯୁବବର୍ଗ ଉତ୍ସାହର ସହ ସାମିଲ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିବାରୁ ସମସ୍ତଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା।