Skip to content
ଅଖିଳ ଭାରତୀୟ ମାଲୟାଲୀ ସଂଘର ମହିଳା ଶାଖା ପକ୍ଷରୁ ରବିବାର ଦିନ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ସଂଘର ସେକ୍ଟର-୧୮ ସ୍ଥିତ ଦକ୍ଷିଣ ଭାରତୀୟ ସମାଜ କାର୍ଯ୍ୟାଳୟଠାରେ ହୋଇଥିବା ଏହି ପ୍ରତିଯୋଗିତା ଆୟୋଜନକୁ ସଂଘର ମହିଳା ଶାଖାର ଗ୍ରେସି ଡେଭିଡ, ଆମ୍ବିଲି ନାୟାର, ବିନ୍ଦୁ କ୍ରିଷ୍ଣନ୍, ଗୀତା ଏବଂ ପ୍ରିୟଙ୍କା ପ୍ରମୁଖ ସଞ୍ଚାଳନ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥିଭାବେ ସେଣ୍ଟ ଗ୍ରେଗୋରିୟସ ଇଂରାଜୀ ବିଦ୍ୟାଳୟର ଅଧ୍ୟକ୍ଷ ଫାଦର ଯୋସେଫ ଚେରିୟନ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସଂଘର କାର୍ଯ୍ୟକାରୀ ସମିତିର ସଦସ୍ୟ ଅନୀଲ କୁମାରଙ୍କ ସମେତ ରଷ୍ଟ୍ରୀୟ ଉପାଧ୍ୟକ୍ଷ ଆର୍ ଏ ନାୟାର ପ୍ରମୁଖ ଉପସ୍ଥିତ ଥିଲେ।
Post Views: 275
error: Content is protected !!