ନାଗରିକ ସୁରକ୍ଷା ସମିତି ପକ୍ଷରୁ ରାଉରକେଲାର ବିଭିନ୍ନ ଦାବିକୁ ନେଇ ଆଲୋଚନା

1 min read
Spread the love

ରାଉରକେଲା ସହର ଓ ଆଖପାଖ ଅଞ୍ଚଳର ୧୧ଦଫା ଦାବିକୁ ନେଇ ନାଗରିକ ସୁରକ୍ଷା କମିଟି ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମମାନ କରି ଜନସାଧାରଣଙ୍କୁ ଏକଜୁଟ କରିବାରେ ପ୍ରଚେଷ୍ଟା ଜାରି ରହିଛି । ଏହି କ୍ରମରେ କମିଟିର ଡାକରାରେ ମିଳିତ ଯୁବ ଛାତ୍ର ସମ୍ମିଳନୀ, ମିଳିତ ଶ୍ରମିକ କର୍ମଚାରୀ ସମ୍ମିଳନୀ, ସାହିତ୍ୟିକ, କବି, ଲେଖକ, ସାମାଜିକ କର୍ମୀ, ସାଂସ୍କୃତିକ ସଙ୍ଗଠନ ର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ଆସନ୍ତା ଅଗଷ୍ଟ ୨୦ ତାରିଖରେ ଏକ ମହା ସମାବେଶ ସ୍ଥାନୀୟ ଭଞ୍ଜଭବନ ପ୍ରେକ୍ଷାଳୟଠାରେ ଅନୁଷ୍ଠିତ ହେବ। ଏହି ସମାବେଶକୁ ସଫଳ କରିବା ପାଇଁ ଅଗଷ୍ଟ ୧୩ ତାରିଖ ଦିନ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ମହା ସମାବେଶରେ ଜିଲ୍ଲାର ସାଂସଦ, ବିଧାୟକ, ବ୍ଲକ୍ ଅଧ୍ୟକ୍ଷ, ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟମାନଙ୍କ ସହ ଶ୍ରମିକ, କୃଷକ, ଯୁବ-ଛାତ୍ର, ମହିଳା, ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ, ସାହିତ୍ୟ ଅନୁଷ୍ଠାନ ପ୍ରତିନିଧି ତଥା ବୁଦ୍ଧିଜୀବୀ ପ୍ରମୁଖ ଯୋଗ ଦେବା ପାଇଁ ଆହ୍ବାନ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ସମିତିର ବିଷ୍ଣୁ ମାହାନ୍ତି, ସଞ୍ଜୀବ ମାହାନ୍ତି, ହରିହର ରାଉତରାୟ, ଗିରିଶ ଚନ୍ଦ୍ର ମହାପାତ୍ର, ଗଣେଶ ପ୍ରଧାନ, ସତ୍ୟପ୍ରିୟ ମାହାନ୍ତି, ଜ୍ଞାନ ରଞ୍ଜନ ଦାସ, ନିରୁପମା ବଳିଆରସିଂହ, ରାଜକିଶୋର ପ୍ରଧାନ, ଦିଗାମ୍ବର ମହାନ୍ତି,ନଳୀନୀକାନ୍ତ ଧର,ଲତା ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!