ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ପରିବର୍ତ୍ତନ ଭବନର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ପାଳନ

1 min read
Spread the love

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ସେକ୍ଟର ୨୦ ସ୍ଥିତ ବିଶ୍ୱ ପରିବର୍ତ୍ତନ ଭବନର ୧୪ତମ ବାର୍ଷିକ ଉତ୍ସବ ବିଶେଷ ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପାନପୋଷ ଉପ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ ମୁଖ୍ୟ ଅତିଥି ରୂପେ ଏବଂ ରାଉରକେଲା ଇସ୍ପାତ କାରଖାନା ସହର ସେବା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପ୍ରଭାତ କୁମାର ସ୍ବାଇଁ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ବ୍ରହ୍ମାକୁମାରୀ ସଂସ୍ଥାର ରାଉରକେଲା ତଥା ସୁନ୍ଦରଗଡର ସବ୍ ଜୋନର ଭାରପ୍ରାପ୍ତ ଅଧିକାରୀ ବ୍ରହ୍ମାକୁମାରୀ ବିମଳା ଦିଦି ଓ ସେକ୍ଟର ୨୦ ଶାଖାର ମୁଖ୍ୟ ବ୍ରହ୍ମାକୁମାରୀ ଅଞ୍ଜଳୀ ଓ ବରିଷ୍ଠ ଭ୍ରାତା ଅରୁଣ ପ୍ରମୁଖ ଉପସ୍ଥିତ ଥିଲେ । ମୁଖ୍ୟ ଅତିଥି ଶ୍ରୀ ମାଝୀ ବ୍ରହ୍ମାକୁମାରୀ ସଂସ୍ଥାର ପ୍ରଶଂସା କରିବା ସହ ଦୈନନ୍ଦିନ ଜୀବନରେ ଆଧ୍ୟାତ୍ମିକତାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ। ବ୍ରହ୍ମାକୁମାରୀ  ବିମଳା ଦିଦି ଚଳିତ ବର୍ଷ ବ୍ରହ୍ମାକୁମାରୀ ସଂସ୍ଥାର ଉଦ୍ଦେଶ୍ୟ ‘ପରିବର୍ତ୍ତନର ବର୍ଷ’ ସମ୍ପର୍କରେ ସୂଚନା ଦେଇଥିଲେ। ବ୍ରହ୍ମାକୁମାରୀ ଅଞ୍ଜଳୀ ଦିଦି, ସ୍ଵ ପରିବର୍ତ୍ତନରେ ବିଶ୍ୱ ପରିବର୍ତ୍ତନ ହେବା ଉପରେ ଆଲୋକପାତ କରିବା ସହ କିଛି ସମୟ ଶାନ୍ତି ଅନୁଭୂତିର ଯୋଗାଭ୍ୟାସ କରାଇଥିଲେ। ପ୍ରାରମ୍ଭରେ ଭ୍ରାତା ଅରୁଣ, ବାର୍ଷିକ ଉତ୍ସବ ତଥା ସଂସ୍ଥାର କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ସୂଚନା ଦେଇଥିଲେ ।

ଏହି ଅବସରରେ ରାଉରକେଲାର ୧୦ ଜଣ ବୁଦ୍ଧିଜୀବୀ ତଥା ବିଭିନ୍ନ କ୍ଷେତ୍ରରେ ସେବା ପ୍ରଦାନ କରି ଆସୁଥିବା ବିଶିଷ୍ଟ ବ୍ୟକ୍ତି ରାଜୀବ ପାଣି, ଡାକ୍ତର ଜ୍ଞାନ ରଞ୍ଜନ ଗିରି, ଭାସ୍କର ମହାପାତ୍ର, କାର୍ତ୍ତିକ ପାଣ୍ଡବ, ସତ୍ୟାନନ୍ଦ ବେହେରା, ଆଲୋକ ଜେନା, ମନୋଜ ମାଝି, ସନ୍ତୋଷ ବିଶ୍ୱାଳ, ଝୁନୁ ନାୟକ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ରାଉରକେଲା ତଥା ଆଖପାଖ ଅଂଚଳର ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ଭାଇ ଭଉଣୀ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ବ୍ରହ୍ମାକୁମାରୀ ବବି ଭଉଣୀ ସଂଚାଳନ କରିଥିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!