Skip to content
ରାଉରକେଲା ସହରର ସାହିତ୍ୟ ଓ ସାଂଆଯିକ ଅନୁଷ୍ଠାନ ପ୍ରଗତୀ ଉତ୍କଳ ସଂଘ ଆନୁକୂଲ୍ୟରେ ଏକ ଇତିହାସ ଓ ତଥ୍ୟ ସମ୍ପର୍କୀତ ପୁସ୍ତକ ଉନ୍ମୋଚିତ ହୋଇଯାଇଛି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ନ୍ୟାୟିକ ଅଭିଲେଖାଗାରର ନିର୍ଦ୍ଦେଶକ ଡଃ. ଲଲାଟେନ୍ଦୁ ଦାସମହାପାତ୍ରଙ୍କ ଲିଖିତ ପୁସ୍ତକ MAPPING THE PAST-ମ୍ୟାପିଙ୍ଗ ଦ ପାଷ୍ଟ ପୁସ୍ତକ ଲୋକାର୍ପିତ ହୋଇଯାଇଛି। ସଂଘର ଉପସଭାପତି ରଶ୍ମି ରଂଜନ ବୋଇତାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଶଙ୍କର ପ୍ରସାଦ ତ୍ରିପାଠୀ ଏବଂ ଇତିହାସର ଗବେଷକ ତଥା ପ୍ରାଧ୍ୟାପକ ଡଃ. ପ୍ରଭାତ କୁମାର ମଲ୍ଲିକ ଯୋଗ ଦେଇ ଆଲୋଚକଭାବେ ଯୋଗଦେଇଥିଲେ। ଡଃ. ଦାସମହାପାତ୍ର ବୈଜ୍ଞାନିକ ପଦ୍ଧତିରେ ଓଡ଼ିଶାର ଐତିହାସିକ ଉପାଦାନ ଗୁଡିକ ଉପଯୋଗ କରି ଏକ ଅତ୍ୟନ୍ତ ଉପାଦେୟ ପୁସ୍ତକ ରଚନା କରିଥିବାରୁ ବକ୍ତାମାନେ ତାଙ୍କର ଭୂୟସୀ ପ୍ରଶଂସା କରିବା ସହ ଏହି ପୁସ୍ତକଟି ଓଡ଼ିଶା ଇତିହାସରେ ଗବେଷଣା ରତ ପ୍ରତ୍ୟେକ ଗବେଷକ ମାନଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ ହେବ ବୋଲି ଆଶା ପୋଷଣ କରିଥିଲେ ।
ଏକ ପ୍ରାମାଣିକ ଗ୍ରନ୍ଥ ଭାବେ ଏହା ଉଭୟ ସାଧାରଣ ପାଠକ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କ ଦ୍ଵାରା ଆଦୃତି ଲାଭ କରିବ ବୋଲି ପ୍ରାଧ୍ୟାପକ ଡ ମଲ୍ଲିକ କହିଥିଲେ। ପୁସ୍ତକ ରଚନା ସମ୍ପର୍କରେ ଡ ଦାଶମହାପାତ୍ର ସୂଚନା ଦେଇଥିଲେ। ଅଧ୍ୟାପକ ଡଃ. ନଗେନ ଦାସ ମଞ୍ଚ ପରିଚାଳନା କରିଥିବା ବେଳେ ସଂଘର ସାଧାରଣ ସମ୍ପାଦକ ରାଧାମୋହନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମ ପରିଚାଳନା ପାଇଁ ଲକ୍ଷ୍ମଣ ନାଥ ଦାସ, ଅରବିନ୍ଦ ପାତ୍ର, ଘନଶ୍ୟାମ ଧଳ, ଇନ୍ଦ୍ରମଣି ମହାପାତ୍ର, ପରୀକ୍ଷିତ ଗୁରୁ, ଅଶୋକ କୁମାର ପଟ୍ଟନାୟକ, ସୁଭ୍ରାଂଶୁ ମହାପାତ୍ର, ବରୁଣ ନାହାକ, କିଶୋରୀ ମୋହନ କର, ସତ୍ୟ ଦାସ ପ୍ରମୁଖ ସହାୟତା କରିଥିଲେ। ଏଥିରେ ବରିଷ୍ଠ ସାହିତ୍ୟିକ ଭୁପେନ ମହାପାତ୍ରଙ୍କ ସମେତ ସୁମନ ଦତ୍ତ, ବିମଳ ବିଶି, ଗଙ୍ଗାଧର ପୁହାଣ, ଅର୍ଜୁନ ଭୂୟାଁ, ଅକ୍ଷୟ କୁମାର ସାମଲ, ପ୍ରଦୀପ କୁମାର ପଟ୍ଟନାୟକ, ବ୍ରଜେନ୍ଦ୍ର ଦାଶ, ସସ୍ମିତା ପ୍ରଧାନ, କୃପାସିନ୍ଧୁ ନାୟକ, ରସ୍ମି ସାହୁ , କୁଞ୍ଜବିହାରୀ ରାଉତ, ସୁନୀଲ କୁମାର ଦାଶ, ଅଜୟ କୁମାର ମହାନ୍ତି, ଅବନୀ କୁମାର ମହାନ୍ତି, କେଦାର ପ୍ରଧାନ, ସ୍ବରୂପ ମହାପାତ୍ର, ନେହା ଶର୍ମା, ପୁଷ୍ପିତା ମହାନ୍ତି, କଳା ପଟ୍ଟନାୟକ, ଜ୍ୟୋତି ପ୍ରକାଶ ପାଢ଼ୀ, ପ୍ରିତମ ମହାନ୍ତି, ଅଜିତ କୁମାର ଗୌଡ଼, ସମୀର କଂସାରୀ, ପ୍ରଭାତ କୁମାର ବଳ, ସଂଜୟ କୁମାର ମହାପାତ୍ର, କ୍ଷୀରୋଦ କୁମାର ବରାଳ, ସନ୍ତୋଷ କୁମାର ଜେନା, ସୁନୀଲ କୁମାର ମହାନ୍ତି, ସୁଶାନ୍ତ ଉପାଧ୍ୟାୟ, ବେଦ ପ୍ରକାଶ ତିଓ୍ବାରୀ ଏବଂ ପୂର୍ଣନ୍ଦୁ ପାଢ଼ୀ ପ୍ରମୁଖ ସାହିତ୍ୟ ପ୍ରେମୀ ଯୋଗଦେଇ ଥିଲେ।
Post Views: 241
error: Content is protected !!