Skip to content
ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଟିଟିଲାଗଡ ଗସ୍ତ ରେ ଆସି ବିଭିନ୍ନ କାର୍ଜ୍ୟକ୍ରମରେ ଯୋଗଦେଇଛନ୍ତି। ସେ ପ୍ରଥମେ ଟିଟିଲାଗଡ ସର୍ଗିଗୁଡ଼ା ରେ ଥିବା ସତ୍ୟ ନାରାୟଣ ମନ୍ଦିର ପୂଜା ରେ ଯୋଗ ଦେଇଥିଲେ। ଗୁଜରାଟୀ ସମାଜ ଦ୍ୱାରା ପରିଚାଳିତ ହେଉଥିବା ୟେହୀ ବହୁ ପୁରାତନ ମନ୍ଦିର ରେ ସମାଜର ସଦସ୍ୟଙ୍କ ସହିତ ସାକ୍ଷାତ କରିଥିଲେ। ସଦସ୍ୟା ଙ୍କ ଅନୁରୋଧ କ୍ରମେ ମନ୍ଦିର ପରିସରରେ ନାନା ପ୍ରକାର ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ବହୁ ଅସୁବିଧା ହେଉଥିବାରୁ ରୁ ଏକ କମ୍ୟୁନି୍ଟ ଗୃହ ପାଇ ଅନୁରୋଧ କରି ଥିଲେ । ସାଂସଦ ବିଶି ଏଥିପାଇଁ ନିଜ ସାଂସଦ ପାଣ୍ଠି ରୁ ଦଶ ଲକ୍ଷ୍ୟ ଟଙ୍କା ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ଗୁଜରାଟୀ ସମାଜର ହରିଶ ଜୟନ୍ତିଲାଲ ପୋପଟ, ଅଶ୍ୱିନ ଠକର ଶିଳା ଠକର , ଗୀତା ଚାୱଡ଼ା ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ସାଂସଦ ବିଶି ଟିଟିଲାଗଡ ଆଦିବାସୀ ଭବନ ରେ ଏକ ସଭାରେ ଯୋଗଦେଇ ଟିଟିଲାଗଡ ପୂର୍ତ୍ତ ବିଭାଗର ଡାକ ବଙ୍ଗଳା ରେ ଅପେକ୍ଷା କରିଥିବା ଗୋଶାଳାର ପରିଚାଳନା କମିଟି ର ସଦସ୍ୟଙ୍କୁ ଭେଟିଥିଲେ। ଏହି ସମୟରେ ସେ ଗୋଷାଳାର ବିଭିନ୍ନ ଅସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ। ଗୋଶାଳା କମିଟି ର ସଦସ୍ୟ ଙ୍କ ଅନୁରୋଧ କ୍ରମେ ବର୍ଷା ହେଉଥିବା ସତ୍ୟେ ଗୋଶାଳା କୁ ଯାଇ ସମସ୍ତ ବ୍ୟବସ୍ଥା ପରିଦର୍ଶନ କରିଥିଲେ। କିଛି ସମୟ ଗୋଷାଳାରେ ବିତାଇବା ସହ ଏହାର ଉନ୍ନତି କରଣ ଓ ସୁବ୍ୟବସ୍ଥିତ କରିବା ପାଇ ଯଥା ସମ୍ଭବ ସାଂସଦ ପାଣ୍ଠି ର ଅନୁଦାନ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ସମୟରେ ଗୋଶାଳା କମିଟିର ଜୟ ନାରାୟଣ ଅଗ୍ରୱାଲ, ରାଧେଶ୍ୟାମ ଅଗ୍ରୱାଲ, ସତ୍ୟନାରାୟଣ ଗୁପ୍ତା, ରାଜେଶ ଅଗ୍ରୱାଲ, ସାଂସଦ ପ୍ରତିନିଧି ରମେଶ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।
Post Views: 264
error: Content is protected !!