ଡାକ୍ତରଖାନାରେ ଚିକିତ୍ସା ହେଉଥିବା ରୋଗିକୁ ମୋବାଇଲ ମାଧ୍ୟମରେ ମନ୍ତ୍ର ପଢ଼ି ଝାଡ଼ିଲେ ଗୁଣିଆ
1 min read
ମୋବାଇଲ ଓ ୫ଜି ଇଣ୍ଟରନେଟ୍ ଯୁଗରେ ମୋବାଇଲରେ ଗୁଣିଆ ମନ୍ତ୍ର ପଡ଼ି ବିଷାକ୍ତ ବିଷ ଝାଢି ଦେବା ସୂଚନା ମିଳିଛି। ସୂଚନା ମୁତାବକ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ସ୍ଵାଧୀନପଡ଼ାର ୧୩ ବର୍ଷୀୟ କୁମୁଦିନୀ ମେହେର ନାମକ ଜଣେ ଝିଅ କୁ ସାପ କାମୁଡି ଦେବାରୁ ତାଙ୍କୁ ପରିବାର ଲୋକେ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଝିଅର କିଛି କ୍ଷତି ନ ଘଟୁ ବୋଲି କୋରାପୁଟ ଅଞ୍ଚଳର ଜଣେ ଗୁଣିଆଙ୍କୁ ପରିବାର ଲୋକେ ଯୋଗାଯୋଗ କରିଥିଲେ।ସେହି ଗୁଣିଆ ସାପ କାମୁଡ଼ିଥିବା ସ୍ଥାନରେ ମନ୍ତ୍ର ଉଚ୍ଚାରଣ କରିବେ ଓ ମୋବାଇଲ୍ ସେହି ଜାଗାରେ ଲଗେଇ ଦେବାକୁ କହିଥିଲେ।

ଡାକ୍ତରୀ ଚିକିତ୍ସା ହେଉ କିମ୍ବା ଗୁଣିଆଙ୍କ ମନ୍ତ୍ର, ତନ୍ତ୍ର ହେଉ ଝିଅ ଶୋଇଥିଲା ବେଳେ ଝିଅଟି ତୁରନ୍ତ ଉଠି ବସିଥିଲେ। ପରିବାର ବର୍ଗଙ୍କ ବିଶ୍ୱାସ ହେଉ ଅବା ଡାକ୍ତରୀ ଔଷଧ ଝିଅଟି ଉଠି ବସିଥିଲା। ଏଭଳି ସ୍ଥିତିରେ ଡକ୍ତରଖାନାରେ ଡାକ୍ତରଙ୍କୁ ଦେଖାଇ ରୋଗୀକୁ ଚିକିତ୍ସା ନକରି ଗୁଣିଆ ଦେଖାଇବା ଓ ଝଡ଼ାଫୁଙ୍କା କରିବା ଭଳି ଅନ୍ଧ ବିଶ୍ବାସ ଆଜି ମଧ୍ୟ ଅନେକ ସ୍ଥାନରେ ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବାର ଆବଶ୍ୟକତା ରହିଛି।