Skip to content
ଅଖିଳ ଭାରତ ଛାତ୍ର ସଂଘ – ଏଆଇଏସ୍ଏଫ୍ର ୮୭ତମ ପ୍ରତିଷ୍ଠା ଦିବସ ଉଦିତନଗରସ୍ଥ ଆଇଟିଡିଏ ସମ୍ମିଳନୀ କକ୍ଷରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଡ. କିଶୋରୀ ଦାଶ, ନାରୀନେତ୍ରୀ ଛବି ମହାନ୍ତି, ଯୁବ ଉଦ୍ୟୋଗୀ ନିହାରିକା ବସ୍ତିଆ ଅତିଥି ଭାବେ ଯୋଗଦେଇଥିଲେ।
ଭାରତୀୟ ଆଇନଜୀବୀ ସଂଘର ଜାତୀୟ କାଯ୍ୟକାରୀଣୀ ସଦସ୍ୟ ସଦାନନ୍ଦ ସାହୁ ଓ ଶିକ୍ଷକ ନେତା ଗଜେନ୍ଦ୍ର ଦାସ ପ୍ରମୁଖ ବକ୍ତାଭାବେ ଯୋଗଦେଇ ଦେଶର ସ୍ବାଧିନତା ଆନ୍ଦୋଳନରେ ଛାତ୍ର ସଂଘର ଅବଦାନ ଇତିହାସ ପୃଷ୍ଠାରେ ଚିରଦିନ ପାଇଁ ଲିପିବଦ୍ଧ ହୋଇ ରହିବ ବୋଲି କହିଥିଲେ। ଦେଶ ସ୍ବାଧିନତା ପରେ ସମସ୍ତଙ୍କୁ ମାଗଣା ଓ ସମାନ ଶିକ୍ଷାଦାବି ହୋଇ ଆସୁଥିଲେ ମଧ୍ୟ ସରକାର କର୍ଣ୍ଣପାତ ନକରିବା ଓ ଶିକ୍ଷା ବଜେଟକୁ ସଂଙ୍କୁଚିତ କରିବା ଅତ୍ୟନ୍ତ ପରିତାପର ବିଷୟ ଶ୍ରୀ ସାହୁ କହିଥିଲେ। ପ୍ରତ୍ୟେକ ସଚେତନ ନାଗରିକ ଦେଶ ଓ ସମ୍ବିଧାନର ସୁରକ୍ଷା ପାଇଁ ସ୍ବର ଉତ୍ତୋଳନ କରିବାର ଆବଶ୍ୟକତା ରହିଛି। ଦେଶର ସମାନ ଶିକ୍ଷାବ୍ୟବସ୍ଥା ଓ ମାଗଣା ଶିକ୍ଷାର ବ୍ୟବସ୍ଥା କରିପାରିଲେ ଗରିବ ଓ ଧନୀ ମଧ୍ୟରେ ଶିକ୍ଷା ବ୍ୟବସ୍ଥାର ପାର୍ଥକ୍ୟ ଦୂର ହୋଇପାରିବ ବୋଲି ବକ୍ତା ଓ ଅତିଥିମାନେ କହିଥିଲେ।
ଛାତ୍ର ସଂଘ ଜିଲ୍ଲା ସଭାପତି ମହେଶ୍ବର ଦୀପଙ୍କର ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଅପର୍ଣ୍ଣା ରାଉତରାୟ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗିମାନଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଶିକ୍ଷକ ନେତା ଗଜେନ୍ଦ୍ର ଦାସ ଓ ଛବି ମହାନ୍ତିଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବାପିନା ବେହେରା, ପଞ୍ଚାନନ ସୁନା, କାର୍ତ୍ତିକ ନାୟକ, ଭାଗ୍ୟଧର ରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Post Views: 340
error: Content is protected !!