ବଲାଙ୍ଗୀରରେ ଜନ୍ମିତ ଶିଶୁ ବିକ୍ରୀ ମାମଲା ନେଇ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ

1 min read
Spread the love

ବଲାଙ୍ଗୀର ଜିଲ୍ଲା ର ଟିଟିଲାଗଡ  ପୌରପରିଷଦ ଅନ୍ତର୍ଗତ ୧୨ ନମ୍ୱର ୱାର୍ଡ ରୁ ଜଣେ ଜନ୍ମିତ ଶିଶୁ କୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କା ରେ ବିକ୍ରୀ ମାମଲା କୁ ନେଇ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଶିଶୁ କୁ ଉଦ୍ଧାର କରି ବଲାଙ୍ଗୀର ର ଏକ ଘରୋଇ ସଂସ୍ଥାରେ  ରଖାଯାଇଥିବା ବେଳେ ଶିଶୁକୁ କିଣି ଥିବା ଅମିତ ଅଗ୍ରୱାଲ କୁ  ରାୟଗଡ଼ ରୁ ଗିରଫ କରି ଅଣାଯାଇ ଥିବା ସହ ତାକୁ କୋର୍ଟ  ଚାଲାଣ କରାଯାଇଛି।

ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ବୋଲି ସାମ୍ବାଦିକମାନଙ୍କୁ ଡି ଏସ ପି ଅଙ୍କିତା କୁମ୍ଭାର ସୂଚନା ଦେଇଛନ୍ତି । ପୂର୍ବରୁ ଶିଶୁ ର ପିତା ଓ ଅନ୍ୟ ଦୁଇ ମଧ୍ୟସ୍ଥି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା ବେଳେ ଶନିବାର ଅମିତ ଅଗ୍ରୱାଲ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ବଲାଙ୍ଗୀରରୁ ନେସନ ଫାଷ୍ଟ ଟିଭି ପାଇଁ ସନ୍ତୋଷ ନାୟକଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *

error: Content is protected !!