ଡକାୟତି ଯୋଜନାକୁ ପଣ୍ଡ କଲା ଲଖନପୁର ପୁଲିସ
1 min read
ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ପୁଲିସକୁ ବଡ଼ ସଫଳତା ମିଳିଛି। ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଛଅ ଜଣ ଆନ୍ତଜିଲ୍ଲା ଡକାୟତଙ୍କୁ ଲଖନପୁର ପୁଲିସ ଧରିବାରେ ସଫଳ ହୋଇଛି। ସୂଚାନ ମୁତାବକ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅଧୀନସ୍ତ ବଂଜାରି କାଜୁ ବଗିଚା ଠାରେ ଏହି ଛଅ ଜଣ ଦୁର୍ବୃତ୍ତ ମାନେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଲଖନପୁର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଚଢ଼ାଉ କରିଥିଲା।

ଏଥିରେ ଛଅ ଜଣ ଡକାୟତଙ୍କୁ ଗିରଫ କରିବା ସହିତ ଏହି ସେମାନଙ୍କ ନିକତରୁ ଗୋଟିଏ ଭେର୍ଣ୍ଣା କାର , ଗୋଟିଏ ଏୟାର ଗନ୍, ଗୋଟିଏ ଦେଶୀ ପିସ୍ତଲ, ଗୋଟିଏ ଲୁହା ରଡ଼, ଗୋଟିଏ ଛୁରୀ ଏବଂ ଛଅ ଟି ମୋବାଇଲ ଫୋନ ଜବତ ହେଇଛି। ଗିରଫ ଡକାୟତମାନେ ହେଉଛନ୍ତି ଦୀପକ ସା,ସାଧୁ ପୃଷ୍ଟି, ପ୍ରକାଶ ପଟେଲ, ଶ୍ରୀମନ୍ତ ତନ୍ତି,କ୍ରି ଷ୍ଣା ସୁନା ଏବଂ ଅନିଲ କଠାର। ଏମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।