ରାଉରକେଲା ଇସ୍ପାତ କାରଖାନାର କାର୍ମିକ ବିଭାଗ କାର୍ଯ୍ୟାଳୟରେ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ଉଦଘାଟିତ

1 min read
Spread the love

ରାଉରକେଲା ଇସ୍ପାତ କାରଖାନାର କାର୍ମିକ ବିଭାଗର ନିର୍ବାହୀ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଏକ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ‘ସମାଧାନ- ମାନବୀୟ ସ୍ପର୍ଶ ସହିତ ବିଶ୍ବାସର ସୃଷ୍ଟି’, ଆରଏସପି ଓ ବିଏସଏଲର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ହୋଇଯାଇଛି। କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ କୁମାର ଶତପଥୀଙ୍କ ଦ୍ଵାରା ଏହି ନୂତନ କକ୍ଷ ଉଦଘାଟିତ ହୋଇଥିଲା। କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଏସ୍ ଆର ସୂର୍ଯ୍ୟବଂଶୀ, ସାମଗ୍ରୀ ପ୍ରବନ୍ଧନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ  ସୋମନାଥ ତ୍ରିପାଠୀ, ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ  ଆଲୋକ ବର୍ମା, ବିତ୍ତ ଓ ଲେଖା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏ କେ ବେହୁରିଆ ତଥା କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ଏହି ଅବସରରେ ଉପସ୍ଥିତ ଥିଲେ। ନିଜର ବକ୍ତବ୍ୟରେ ଶ୍ରୀ ଭୌମିକ ନୂତନ ସମ୍ମିଳନୀ କକ୍ଷ ପାଇଁ ପି ଆଣ୍ଡ ଏ ସାମୂହିକଙ୍କୁ ଅଭିନନ୍ଦନ ଜଣାଇବା ସହ ଆଶା ପ୍ରକଟ କରିଥିଲେ ଯେ ‘ସମାଧାନ’ ନାମ ଅନୁଯାୟୀ ସମ୍ମିଳନୀ କକ୍ଷରେ ଉପସ୍ଥାପିତ ସମସ୍ତ ସମସ୍ୟାଗୁଡିକର ସମାଧାନ ହେବା ସହ ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ଉପନୀତ ହୋଇପାରିବ ବୋଲି ଆଶା ବ୍ୟକ୍ତ କରିଥିଲେ।

ଶ୍ରୀ ଶତପଥୀ ସମାବେଶକୁ ସ୍ୱାଗତ କରିବା ସହ କାର୍ମିକ ଓ ପ୍ରଶାସନ ଅଞ୍ଚଳର ଦୃଷ୍ଟିକୋଣରେ ନୂତନ ସମ୍ମିଳନୀ କକ୍ଷ କିପରି ପ୍ରଯୁଜ୍ୟ ହେବ ସେ ବିଷୟରେ ଉଲ୍ଲେଖ କରିଥିଲେ। ଏଥିରେ କାର୍ମିକ ଓ ପ୍ରଶାସନ ଅଞ୍ଚଳରେ ଥିବା ବିଭିନ୍ନ ବିଭାଗ ଏବଂ ୟୁନିଟ୍ ଗୁଡିକର କାର୍ଯ୍ୟଧାରା ଉପରେ ଏକ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। କାର୍ମିକ ଓ ପ୍ରଶାସନ ବିଭାଗର ସିଜିଏମ  ବିରେନ୍ଦ୍ର କୁଲୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ମିକ ଓଡ଼ି ବିଭାଗର ଆସିଷ୍ଟାଣ୍ଟ ମ୍ୟାନେଜରମ ସୁଶ୍ରୀ ସିମ୍ପି ପଟେଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!