ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ୩ଟି ସଙ୍ଗଠନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ

1 min read
Spread the love

ମଙ୍ଗଳବାର ଅର୍ଥାତ୍‌ ୧୫ ତାରିଖରେ ପାଳନ ହେବାକୁ ଯାଉଛି ୭୭ତମ ସ୍ୱାଧୀନତା ଦିବସ। ଏହି ଅବସରରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ସେକ୍ଟର-୬ ସ୍ଥିତ ଇସ୍ପାତ ଷ୍ଟାଡିୟମ୍‌ରେ ପତାକା ଉତ୍ତୋଳନ ସହିତ ମିଳିତ ପରେଡ୍‌ର ଆୟୋଜନ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ଷ୍ଟାଡିୟମ୍‌ରେ ସ୍ୱାଧୀନତା ଦିବସ ପରେଡ୍‌ରେ ଯୋଗଦେବାକୁ ଦଳମାନେ ପରେଡ୍‌ ଅଭ୍ୟାସ କରିଛନ୍ତି। ଗତ ତିନିବର୍ଷ ଧରି କରୋନା ଜନିତ ସମସ୍ୟା ଯୋଗୁଁ ସ୍ୱାଧୀନତା ଦିଅବସ ପାଳନ କାର୍ଯ୍ୟକ୍ରମ କାଟଛାଣ୍ତ ହୋଇଥିଲା। ଚଳିତ ବର୍ଷ ଏହି ପାଳନ ପୁରା ଦମ୍‌ରେ ଏବଂ ଆକର୍ଷଣୀୟ କାର୍ଯ୍ୟକ୍ରମ ମାଧ୍ୟମରେ ହେବାକୁ ଯାଉଛି। ଏଥିପାଇଁ ବିଭିନ୍ନ ବର୍ଗ ମଧ୍ୟରେ ଉତ୍ସାହ ଓ ଆଗ୍ରହ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଏଥିପାଇଁ ଜାତୀୟ ପତାକା ବିକ୍ରୟ ସହିତ ସ୍ୱାଧିନତା ସମ୍ପର୍କୀତ ଅନ୍ୟାନ୍ୟ ସାମଗ୍ରୀ ବିକ୍ରୟ ଆରମ୍ଭ ହୋଇସାରିଛି।  

Leave a Reply

Your email address will not be published. Required fields are marked *

error: Content is protected !!