ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଆଲୋଚନା ଚକ୍ର ପାଇଁ ପ୍ରସ୍ତୁତି
1 min read
ରାଉରକେଲା ମହରମ କମିଟି ଏବଂ ସହରର ମୁସଲମାନ ସମ୍ପ୍ରଦାୟର ବରିଷ୍ଠ ଏବଂ ନେତୃସ୍ଥାନୀୟ ବ୍ୟକ୍ତିମାନଙ୍କ ଦ୍ୱାରା ପବିତ୍ର ସ୍ୱାଧୀନତା ଦିବସ ପାଳନ ଅବସରରେ ଏକ ଆଲୋଚନା ଚକ୍ର ଆୟୋଜିତ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମରେ ଇସ୍ଲାମ ଧର୍ମର ପ୍ରବର୍ତ୍ତକ ମହାପୁରୁଷ ମହାମ୍ମଦଙ୍କ ନାତି ହଜ୍ରତ ଇମାମ ହୁସେନଙ୍କ ସ୍ମୃତି ଚାରଣ କରାଯାଇ ଇସ୍ଲାମ ଧର୍ମର ମୁଳ ମନ୍ତ୍ର ତଥା ଶାନ୍ତି ଓ ମୈତ୍ରୀ ସମ୍ପର୍କରେ ବାର୍ତ୍ତା ଦିଆଯିବ ବୋଲି ସୂଚନା ଦିଆଯାଇଛି। ଏଥିପାଇଁ ସହରର ନାଲା ରୋଡ୍ ଅଞ୍ଚଳର ମହତାବ ରୋଡ୍ରେ ପ୍ରସ୍ତୁତି ଜାରି ରହିଛି। ସୋମବାର ଅର୍ଥାତ୍ ଅଗଷ୍ଟ ୧୪ ତାରିଖରେ ହେବାକୁ ଥିବା ଏହି ଆଲୋଚନାରେ ବିଭିନ୍ନ ବର୍ଗର ବରିଷ୍ଠ ବ୍ୟକ୍ତିମାନେ ଯୋଗଦେଇ ଇସ୍ଲାମ ଧର୍ମର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସହିତ ସାରା ବିଶ୍ୱରେ ଶାନ୍ତି ଓ ଭାଇଚାରା ସୃଷ୍ଟି ସମ୍ପର୍କରେ ଆଲୋଚନା କରିବେ ବୋଲି କାର୍ଯ୍ୟକ୍ରମ ଆୟୋଜନ କମିଟିର ମହମ୍ମଦ ଇମାଦୁଦ୍ଦିନ ସୂଚନା ଦେଇଛନ୍ତି। ଏହି ଅବସରରେ ଆୟୋଜନ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।