‘ଦର୍ଶୀ’ ସଙ୍ଗଠନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ
1 min read
ସାମାଜିକ ସଙ୍ଗଠନ ‘ଦର୍ଶୀ’ ପକ୍ଷରୁ ରାଉରକେଲା ସହରର ସେକ୍ଟର-୬ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ପ୍ରଥମେ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଲଳିତ ମୋହନ ସାହୁ ଏବଂ ପ୍ରଧାନ ଶିକ୍ଷୟିତ୍ରୀ ନୀରଜା ରାଓ ପ୍ରଥମେ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହାପରେ ଦର୍ଶୀ ସଙ୍ଗଠନର ସଦସ୍ୟାଙ୍କ ସମେତ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସମେତ ଛାତ୍ରଛାତ୍ରୀମାନେ ବୃକ୍ଷରୋପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଦର୍ଶୀ ସଙ୍ଗଠନର ସାଧାରଣ ସମ୍ପାଦିକା ରଶ୍ମିରେଖା ମିଶ୍ର, ଅଧ୍ୟକ୍ଷା ସୁଜାତା ସାହୁଙ୍କ ସମେତ ସଦସ୍ୟା କବିତା, ସ୍ବାଗତିକା, ସ୍ବର୍ଣ୍ଣଲତା, ବାସନ୍ତୀ, ପୁଷ୍ପା, ରିଙ୍କି ପ୍ରମୁଖ ସଞ୍ଚାଳନ କରିଥିଲେ।