ସାଙ୍କୁଲେଇ ଗ୍ରାମରେ ଫୁଟିଲା ପାରିଜାତ: ଅଞ୍ଚଳରେ ଖୁସିର ଲହରୀ

1 min read
Spread the love

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ସାକୁଲେଇ ଫଚାୟତର ସାଙ୍କୁଲେଇ ଗ୍ରାମର ଦିନବନ୍ଧୁ ଭୋଳଙ୍କ ଫାର୍ମ ହାଉସ୍‌ରେ ଦୁର୍ଲଭ ପାରିଜାତ ଫୁଲ ଫୁଟିଅଛି । ଏହାକୁ ନେଇ ଅଂଚଳରେ ଖୁସିର ଲହରି ଖେଳିଯିବା ସହିତ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଦିନବନ୍ଧୁ ଜଣେ ଫୁଲ ପ୍ରେମୀ। ସେ ଯୁଆଡେ ଯାଆନ୍ତି କିଛି ନା କିଛି ଫୁଲଚାରା ଅଣି ନିଜ ଫାର୍ମ ହାଉସ୍‌ରେ ଲଗାନ୍ତି। ସେ କଲିକତା ଗସ୍ତ ସମୟରେ ଏହି ପାରିଜାତ ଗଛଟିକୁ ଆଣି ନିଜ ଫାର୍ମ ହାଉସ୍‌ରେ ଲଗାଇଥିଲେ। ଏକବର୍ଷ ଦଶମାସ ପରେ ଏହା ପ୍ରଥମ ଫୁଲ ଫୁଟିଥିଲା। ଏହି ଅବସରରେ ଫୁଲଗଛ ମୂଳ ବ୍ରାହ୍ମଣଙ୍କ ଦ୍ବାରା ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ସଂକୀର୍ତନ ଦ୍ବାରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଏହି ସମୟରେ ଆଖପାଖ ଅଞ୍ଚଳର ଲୋକମାନେ ଏହି ଦୁର୍ଲଭ ଫୁଲ ଦେଖିବା ପାଇଁ ଲମ୍ବା ଧାଡି ଲଗାଇଥିଲେ। ପୂଜାପାଠ ପରେ ଫୁଲଟିକୁ ତୋଳାଯାଇ ସଂକୀର୍ତନ ମଣ୍ଡଳୀଙ୍କ ସହାୟତରେ ଢେଙ୍କାନାଳ ସହରସ୍ଥିତ ସିଦ୍ଧ ବଳରାମ ମନ୍ଦିର ପରିସରରେ ଥିବା ମହାଲକ୍ଷ୍ମୀ ମନ୍ଦିରରେ ମା’ ଲକ୍ଷ୍ମୀଙ୍କ ଚରଣରେ ଅର୍ପଣ କରାଯାଇଥିଲା । ମହାଲକ୍ଷ୍ମୀ ମନ୍ଦିରର ପୂଜକ ଶ୍ରୀବତ୍ସ ମିଶ୍ର ରୀତିନୀତି ଅନୁଯାୟୀ ପୁଲଟିକୁ ମା’ଙ୍କ ପାଖରେ ଅର୍ପଣ କରିଥିଲେ। ଏହି ଶୁଭ କାର୍ଯ୍ୟରେ ଦିନବନ୍ଧୁଙ୍କ ପତ୍ନୀ ପ୍ରମିଳା ଭୋଳଙ୍କ ସମେତ ଗ୍ରାମର ସୁରେଶ କୁମାର ଭୋଳ, ରମେଶ ଭୋନ, ଧନେଶ୍ବର ଭୋଳ, ପ୍ରସନ୍ନ କୁମାର ଭୋଳ ଓ ପୂଜକ ରଜତ ଶେଖର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!