ବିଏନ୍ ୧୦୦ ନାମରେ ରେଳ କର୍ମଚାରୀ ରୋଗୀଙ୍କ ଉପରେ ନିର୍ଯାତନା ବନ୍ଦ କରିବା ପାଇଁ ମେନ୍ସ କଂଗ୍ରେସର ଦାବି
1 min read
ଦକ୍ଷିଣ ପୂର୍ବାଞ୍ଚଳ ରେଳ ମେନ୍ସ କଂଗ୍ରେସର ସଦସ୍ୟମାନେ ଶୁକ୍ରବାର ଦିନ ବନ୍ଧମୁଣ୍ଡା ରେଳ ହସ୍ପିଟାଲ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ରେଳ ଡାକ୍ତରଖାନାରେ ଚାଲିଥିବା ବିଶୃଙ୍ଖଳା ଏବଂ ଡାକ୍ତରଙ୍କ ଅବାଧତା ତଥା ରୋଗୀମାନଙ୍କ ପ୍ରତି ହେଉଥିବା ଅମାନୁଷିକ ବ୍ୟବହାରକୁ ବିରୋଧ କରିଥିଲେ। ଏହି ପ୍ରତିବାଦରେ ମଣ୍ଡଳ କଂଗ୍ରେସ ସଂଯୋଜକ ଶଶି ମିଶ୍ର ଉପସ୍ଥିତ ଥିଲେ। ମେନ୍ସ କଗ୍ରେସର ସଦସ୍ୟଙ୍କ ଦ୍ବାରା ଏଥିପାଇଁ ଶୁକ୍ରବାର ଦୁଇ ଘଣ୍ଟା ପାଇଁ ସ୍ଥାନୀୟ ରେଳ ଡାକ୍ତରଖାନା ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଥିଲା। ଏଥିରେ ରେଳ ହସ୍ପିଟାଲର ଡାକ୍ତରଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ରେଳ କର୍ମଚାରୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରାଯାଇଥିଲା। ପୂର୍ବରୁ ଏ ନେଇ ଅଭିଯୋଗ ପରେ ମଧ୍ୟ ସ୍ଥିତିରେ ସୁଧାର ଆସି ନଥିଲା। ସେଥିପାଇଁ ସେମାନେ ଏହି ଧାରଣାରେ ବସିବାକୁ ବାଧ୍ୟ ହୋଇଥିଲେ।

ଏହି ଅବସରରେ ମେନ୍ସ କଂଗ୍ରେସର ବିଭାଗୀୟ ସଂଯୋଜକ ଶଶି ରଂଜନ ମିଶ୍ର ଡାକ୍ତରଖାନା ପରିଚାଳନା ବ୍ୟବସ୍ଥାରେ ସୁଧାର ଆଣିବାକୁ ଦାବି କରିବା ସହ ଡାକ୍ତରଖାନାରେ ମହିଳା ବିଶେଷଜ୍ଞ, ଶିଶୁ ବିଶେଷଜ୍ଞ ଏବଂ ଅନ୍ୟ ଖାଲି ଡାକ୍ତରଙ୍କ ପଦବୀ ପୂରଣ କରିବାକୁ ଦାବି କରିଛନ୍ତି। ଏହା ସହିତ ଡାକ୍ତରଖାନାରେ ରକ୍ତ ପରୀକ୍ଷା, ଡିଜିଟାଲ ଏକ୍ସ-ରେ ବ୍ୟବସ୍ଥା, ଡାକ୍ତରଖାନାରେ ଉଚ୍ଚମାନର ଖାଦ୍ୟ ସୁବିଧା, ରେଳ କର୍ମଚାରୀଙ୍କ ସହ ଉତ୍ତମ ସମ୍ପର୍କ ବଜାୟ ରଖିବା, ପରିଷ୍କାର ପରିଚ୍ଛନ୍ନତା ଭଳି ସୁବିଧାଗୁଡ଼ିକର ଶୀଘ୍ର ପୁନରୁଦ୍ଧାର ପାଇଁ ମଧ୍ୟ ଏହି ଅବସରରେ ଦାବି କରାଯାଇଛି।

ଶ୍ରୀ ମିଶ୍ର ଏହି ଅବସରରେ ଡାକ୍ତରଖାନାର ସମସ୍ତ କର୍ମଚାରୀ ଓ ଡାକ୍ତରମାନଙ୍କୁ ବଦଳି କରିବା ପାଇଁ ମଧ୍ୟ ଦାଇ କରାଯାଇଛି। ଏହି ସମୟରେ ମେନ୍ସ କଂଗ୍ରେସ ସଂଗଠନର କେନ୍ଦ୍ରୀୟ କୋଷାଧ୍ୟକ୍ଷ ରତନ ପଣ୍ଡା, ଧର୍ମେନ୍ଦ୍ର ପ୍ରସାଦ, ଡିସିଏସ୍ ରାଓ, ଦେବଶିଷ ପତି, ଏସ୍ ରାମୁ, ବରୁଣ ଜେନା, ତ୍ରିଲୋଚନ ପଣ୍ଡା, ଉଜ୍ବଳ ଭଟ୍ଟାଚାର୍ଯ୍ୟ, ଏଲ୍ ବୋବାଙ୍ଗା, ଡିଏସ୍ ରାଓ, ଭେଙ୍କଟ ରାଓ ପ୍ରମୁଖ ଉପସ୍ଥିତ ଥିଲେ।
