ଢେଙ୍କାନାଳ ନବନିର୍ମାଣ ସ୍ୱରାଜ ସରକାର ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟେରେ ଦାବିପତ୍ର

1 min read
Spread the love

ଢେଙ୍କାନାଳ ନବନିର୍ମାଣ ସରାଜ ସରକାର ତରଫରୁ ଓଡିଶାରେ ଦୁର୍ନୀତି, କୁଶାସନ ଓ ସାମ୍ବିଧାନିକ ବିଧି ଉଲ୍ଲଙ୍ଘନ ଘଟଣାରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଏଥରେ ଶିକ୍ଷା, ନିଯୁକ୍ତି ଓ ଆଇନ୍ ଶୃଙ୍ଖଳା କ୍ଷେତ୍ରରେ ଓଡିଶାର ସ୍ଥିତି ଅତ୍ୟନ୍ତ ନୈରାଶ୍ୟ ଜନକ ବୋଲି ଦର୍ଶାଯିବା ସହ ଏହି କ୍ଷେତ୍ରରେ ୭ ଗୋଟି ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଅନୁରୋଧ କରାଯାଇଛି। ୭ଟି ଅଭିଯୋଗ ହେଉଛି :- ଓଡିଶାରେ ଚାଲିଥିବା ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟରେ ଦୁର୍ନୀତି ଓ ପିସି କାରବାର, ଶିକ୍ଷାନୁଷ୍ଠାନ ମାନଙ୍କରେ ୫-ଟି ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ଶିକ୍ଷାର ଗୁଣାତ୍ମକ ମାନର ଅଭିବୃଦ୍ଧି ହେଉ  ନଥିବାରୁ ଶିକ୍ଷା କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି ହେଉଛି, ସ୍ୱାସ୍ଥ୍ୟସେବା ନାମରେ ବ୍ୟୟ ହେଉଥିବା ଅର୍ଥର ସିଂହଭାଗ ଘରୋଇ ହସ୍ପିଟାଲ୍‌ମାନେ ଜାଲିଆତି କରି ଲୁଟି ନେବା, କୃଷି କ୍ଷେତ୍ରରେ ଚରମ ଅବ୍ୟବସ୍ଥା, ଜଳସେଚନ, ଜଳ ନିଷ୍କାସନ, ଗୋଦାମ ଘର, ଶୀତଳ ଭଣ୍ଡାର, ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପର ଉନ୍ନତି ନ ହେବା ଓ ୫ ହଜାର ଟଙ୍କା ଚାଷୀ ପରିବାରକୁ ମାସକୁ ନ ଦିଆଯିବା, ଭାଗଚାଷୀଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ଜମି, ଜଳ, ଜଙ୍ଗଲରେ ଆଦିବାସୀମାନଙ୍କ ଅଧିକାର ନ ଦେବା, ଖଣି ଓ କୋଇଲା ଚୋରି ବନ୍ଦ ହେବା ସହିତ ଦୁର୍ନୀତିଗ୍ରସ୍ତଙ୍କ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହିତ ଏହି ଅଂଚଳବାସୀଙ୍କ ସାର୍ଥ ସୁରକ୍ଷା କରାଯିବା। ଏହି ଅଭିଯୋଗ ପତ୍ର ପ୍ରଦାନ ସମୟରେ ସଙ୍ଗଠନର ଜିଲ୍ଲା ପ୍ରଭାରୀ ଅଶ୍ବିନୀ କୁମାର, ଜିଲ୍ଲା ସଂଯୋଜକ ପ୍ରହଲ୍ଲାଦ ସାହୁ, ଜିଲ୍ଲା କାର୍ଯ୍ୟକାରୀ ସଭାପତି କୈଳାସ ଚନ୍ଦ୍ର ନାଏକ, ଜିଲ୍ଲା ସହ ସଂଯୋଜକ ସୁଧାକର ପରିଡା, ସଦର ବ୍ଲକ୍ ସଂଯୋଜକ ଚନ୍ଦ୍ରଶେଖର ବରାଳ, ଓଡାପଡା ବ୍ଲକ୍ ସଂଯୋଜକ ଭାଗିରଥି ସାହାଣୀ ଓ ନୀଳମଣି ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!