Skip to content
ତିନିଦଫା ଦାବୀପୂରଣ ନହେଲେ ଚଳିତ ମାସ ୧୬ ତାରିଖ ଠାରୁ ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ନେତୃତ୍ୱରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍ର ସଭାପତି ରମଣୀ ରଞ୍ଜନ ତ୍ରିପାଠୀ, ମହାସଚିବ ଚାରୁଲତା ମହାପାତ୍ର ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି। ଚଳିତ ମାସ ୬ ତାରିଖ ରବିବାର ଦିନ ଭୁବନେଶ୍ବରସ୍ଥିତ ଶିକ୍ଷକ ଭବନ ପରିସରରେ ରାଜ୍ୟରେ ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକ ନେତୃମଣ୍ଡଳୀଙ୍କୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଫେଡେରେସନ୍ର ଆହ୍ଵାନ କ୍ରମେ ଗତ ମାସ ୨୪ ତାରିଖରେ ପ୍ରାଥମିକ ଶିକ୍ଷକ ଭବନ, ୫-ଖାରବେଳେ ନଗରଠାରେ ଏକ ବୈଠକ କରାଯାଇଥିଲା। ସେଠାରେ ହୋଇଥିବା ନିଷ୍ପତି ଅନୁଯାୟୀ ଚଳିତ ମାସ ୫ ତାରିଖରେ ରାଜ୍ୟର ସମସ୍ତ ୩୧୪ ବ୍ଲକ୍ରେ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଶୋଭାଯାତ୍ରାରେ ଯାଇ ସମ୍ପୃକ୍ତ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କୁ ଦାବୀପତ୍ର ପ୍ରଦାନ କରିଥିଲେ।
ଏହା ପରେ ମୁଖ୍ୟ ଶାସନ ସଚିବଙ୍କ ଆଲୋଚନା ପରେ ମଧ୍ୟ ଅଦ୍ୟାବଧି କୌଣସି ସୁଫଳ ନ ମିଳିବାରୁ ଆସନ୍ତା ୧୬ ତାରିଖରୁ ରାଜ୍ୟର ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀମାନେ ଦାବୀ ପୂରଣ ପର୍ଯ୍ୟନ୍ତ ସାମୁହିକ ଛୁଟି ନେଇ ସମୂହ ଧାରଣା ଦେବେ ବୋଲି ସୂଚନା ଦିଆଯାଇଛି। ଏହି ବୈଠକରେ ରାଜ୍ୟ ସଂଗଠନର ଉପସଭାପତି ବିରଂଚି ନାରାୟଣ ଦାଶ ଓ ଢେଙ୍କାନାଳ ଶାଖାର ସଭାପତି ସୁଦୀପ କୁମାର ମିଶ୍ରଙ୍କ ସମେତ ସମ୍ପାଦକ ସଚିନ୍ କୁମାର ନାୟକ, ଅସିତ୍ ଦାଶ, ପଙ୍କଜିନୀ କର, ପ୍ରଣତୀ ମହାପାତ୍ର, ସଂଗଠନ ସମ୍ପାଦକ ବୈରାଗୀ ଚରଣ ସେଠୀ, ଏନ୍.ପି.ଏସ୍. ସଭାପତି ନିରାକାର ବେହେରା, ସମ୍ପାଦକ ପ୍ରଶାନ୍ତ କୁମାର ନାଥ, ଶତୃଘ୍ନ ମଲ୍ଲିକ, ବିଷ୍ଣୁଚରଣ ମଲ୍ଲିକଙ୍କ ସମେତ ଢେଙ୍କାନାଳର ସମସ୍ତ ବ୍ଲକ୍ର ସଂଗ୍ରାମୀ ଭାଇଭଉଣୀମାନେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି ।
Post Views: 178
error: Content is protected !!