ରାଉରକେଲା କଲେଜରେ ‘ମେରି ମାଟି ମେରା ଦେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ

1 min read
Spread the love

ରାଉରକେଲା ସହର ସେକ୍ଟର – ୪ ସ୍ଥିତ ରାଉରକେଲା କଲେଜର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ତରଫରୁ କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ‘ମେରି ମାଟି ମେରା ଦେଶ କାର୍ଯ୍ୟକ୍ରମ ଓ ପଞ୍ଚ ପ୍ରାଣ ପ୍ରତିଜ୍ଞା’ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଜାତା ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ସ୍ଥଳ ସେନା ଶସ୍ତ୍ର ପ୍ରଶିକ୍ଷକ ପ୍ରଭାତ କୁମାର ଜେନା ମୁଖ୍ୟ ଅତିଥି ଏବଂ ପୂର୍ବତନ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଡଃ ସୁମନ ଦତ୍ତ  ଓ ଡଃ ରବୀନ୍ଦ୍ର କୁମାର ଜେନା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଦେଶ ଭକ୍ତିମୂଳକ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ସ୍ବେଚ୍ଛାସେବୀ ସୁଶ୍ରୀରେଖା ବେହେରା, ସନ୍ଧ୍ୟାରାଣୀ ବେହେରା, ସୋନାଲି ମହାନନ୍ଦ, ଭାରତୀ ବେହେରା।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜେନା ‘ଦେଶ ପ୍ରତି ପ୍ରେମ ଭାବ ଚିରସ୍ରୋତା ନଦୀ ପରି ହେବା ଉଚିତ ଏବଂ ମାଟିର ସେବା ମାଆର ସେବା ପରି ହେବା ଉଚିତ ବୋଲି କହିଥିଲେ। ଡଃ ଦତ୍ତ ‘ପୂର୍ବରୁ ଦେଶ ପରାଧୀନ ଥିଲା ଏବଂ ବର୍ତ୍ତମାନ ଦେଶ ଡିଜିଟାଲି ପରାଧୀନ ଅଛି ବୋଲି କହିଥିଲେ। ଏହିଭଳି ସମୟରେ ଯୁବ ସମାଜର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ’ ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ପ୍ରଫେସର ଜେନା ‘ମାଟି ମା’ର କୋଳ ହିଁ ବିଶ୍ଵର ସବୁଠାରୁ ସୁରକ୍ଷିତ ସ୍ଥାନ ବୋଲି କହିଥିଲେ। ଏହି ମାଟି ମା’ର ସୁରକ୍ଷାରେ ପ୍ରାଣ ଉତ୍ସର୍ଗୀ ଦେଇଥିବା ବୀର ପୁରୁଷମାନେ ହିଁ ଆମର ଆରାଧ୍ୟ ଦେବ’ ବୋଲି ସେ ବାର୍ତ୍ତା ଦେଇଥିଲେ। ସ୍ବେଚ୍ଛାସେବୀ ପୂଜା କୁସୁମଙ୍କ ଦ୍ବାରା ଗାନ କରାଯାଇଥିବା ଦେଶପ୍ରେମ ଗୀତରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ବିଭୋର କରିଥିଲା।

ଅଧ୍ୟକ୍ଷା ଶ୍ରୀମତୀ ପ୍ରଧାନ ସ୍ବେଚ୍ଛାସେବୀମାନଙ୍କୁ ମାଟିକୁ ଛୁଆଁଇ ‘ପଞ୍ଚ ପ୍ରାଣ ପ୍ରତିଜ୍ଞା’ କରାଇଥିଲେ। ଅଧ୍ୟାପକ ପାଟ୍ଟଶାଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ଏବଂ ଅଧ୍ଯାପିକା ରଶ୍ମିପ୍ରଭା ମଥାନ ଦେଶପ୍ରେମମୂଳକ ଗୀତ ଗାଇ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ତିଥିମାନଙ୍କ ଦ୍ବାରା କଲେଜ ପରିସରରେ ଫଳନ୍ତି ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ କଲେଜର ଛାତ୍ରଛାତ୍ରୀ ଏବଂ ଏନ୍‌ଏସ୍‌ଏସ୍‌ର ସ୍ବେଛାସେବୀ ଅଜୟ ଗୌଡ, ବିଶାଳ କୁମାର ରାମ, ଅରୁଣ କୁମାର ମହାନ୍ତି, ନୟନ ଆଚାର୍ଯ୍ୟ, ଶିବମ ସିଂ, ଅଶୋକ କିଷାନ, ଶୁଭମ୍ ଲୋହାର, ସାହିଲ ଶର୍ମା, ଐଶ୍ୱର୍ଯ୍ୟା ସାହୁ, ଚନ୍ଦା ବାରିକ, ମମତା କିଷାନ, ଲିପ୍ସା ବଳିୟାର ସିଂହ, ରାଜଲକ୍ଷ୍ମୀ ସାହୁ, ସୌଦାମିନୀ ବେହେରା, ଅଙ୍କିତା ପାତ୍ର, ମନମୋହନ ଦାଶ, ପ୍ରକାଶ ଓଝା, ଗୋପାଳକୃଷ୍ଣ ଦାଶ ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!