ଦୀପିକା ହସ୍ତ କର୍ଘା କେନ୍ଦ୍ରରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ
1 min read
ଦୀପିକା ମହିଳା ଜାଗୃତି ସଂସ୍ଥା ସେକ୍ଟର ୨ ଠାରେ ଦୀପିକା ହସ୍ତ କର୍ଘା କେନ୍ଦ୍ରରେ ଜାତୀୟ ହସ୍ତତନ୍ତ ଦିବସ ପାଳନ ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା ଶ୍ରୀମତୀ ସୀମା ଭୌମିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହି ଉତ୍ସବ ପାଳନ ଉପଲକ୍ଷେ ବୁଣାକାରମାନଙ୍କ ଗହଣରେ ଏକ କେକ୍ କାଟିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘତିର ଉପାଧ୍ୟକ୍ଷା ଶ୍ରୀମତୀ ହର୍ଷାଲା ସୂର୍ଯ୍ୟବଂଶୀ, ଶ୍ରୀମତୀ ହିରଣ୍ମୟୀ ଶତପଥୀ, ଶ୍ରୀମତୀ ସମାପିକା ସାହୁ, ଶ୍ରୀମତୀ ଜୟଶ୍ରୀ ହୋତା ଏବଂ ଶ୍ରୀମତୀ ନମ୍ରତା ବର୍ମା, ସିଏସଆର ବିଭାଗର ଜିଏମ ସୁଶ୍ରୀ ମୁନମୁନ୍ ମିତ୍ର, ଏଜିଏମ ଶ୍ରୀ ଟି ବି ଟପ୍ପୋ, ସଂଘତିର ସମ୍ପାଦିକା ଶ୍ରୀମତୀ ନିଧି ସିଂହଲ, ଡ଼ିଏମଏସ ପରିଚାଳନା ପରିଷଦର ସଦସ୍ୟାବୃନ୍ଦ ଏବଂ ସ୍ଵେଚ୍ଛାସେବୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ହ୍ୟାଣ୍ଡଲୁମ୍ ସେଣ୍ଟରର ପ୍ରଶିକ୍ଷକ ଏବଂ ପ୍ରଶିକ୍ଷାର୍ଥୀମାନେ ଯୋଗ ଦେଇଥିଲେ । ଏହି ଅବସରରେ ହ୍ୟାଣ୍ଡଲୁମ୍ ଶାଢି ଏବଂ ସମ୍ବନ୍ଧୀୟ ରାଜ୍ୟଗୁଡିକ ଉପରେ ଆଧାରିତ ଏକ ସ୍ପଟ୍ କୁଇଜ୍ ଆୟୋଜନ କରାଯାଇଥିଲା। ପ୍ରତ୍ୟେକ ସଠିକ୍ ଉତ୍ତର ପାଇଁ ବିଜେତାମାନଙ୍କୁ କେନ୍ଦ୍ରରେ ନିର୍ମିତ ସ୍ୱତନ୍ତ୍ର ହ୍ୟାଣ୍ଡଲୁମ୍ ଭ୍ରମଣ ଥଳି ଦିଆଯାଇଥିଲା।

ହ୍ୟାଣ୍ଡଲୁମ୍ ଉତ୍ପାଦଗୁଡିକର ଏକ ପ୍ରଦର୍ଶନୀ ଏବଂ ରିହାତି ମୂଲ୍ୟରେ ବିକ୍ରୟ ଉକ୍ତ କେନ୍ଦ୍ରରେ ଆୟୋଜିତ ହୋଇଥିଲା। ଡିଏମ୍ଏସ୍ ସଦସ୍ୟାମାନେ ପ୍ରଦର୍ଶନୀ ବୁଲିଦେଖିବା ସହିତ ପ୍ରଦର୍ଶିତ ବସ୍ତ୍ରଗୁଡିକର ତଥା ଏହି ଅଞ୍ଚଳର କଳା ଏବଂ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ପ୍ରୟାସର ପ୍ରଶଂସା କରିଥିଲେ। ସେକ୍ଟର ୫ ସ୍ଥିତ ଦୀପିକା ମହିଳା ସଂଘତିର ଶୋ’ରୁମରେ ମଧ୍ୟ ୨୦% ରିହାତି ସହିତ ଉତ୍ପାଦଗୁଡିକ ବିକ୍ରୟ ପାଇଁ ରଖାଯାଇଛି । ଏହି କାର୍ଯ୍ୟକ୍ରମକୁ ଶ୍ରୀମତୀ ନିଧି ସିଙ୍ଘଲ ସଂଯୋଜନା କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ସାମାଜିକ-ଅର୍ଥନୈତିକ ବିକାଶରେ ହସ୍ତତନ୍ତ ଶିଳ୍ପର ଅବଦାନକୁ ଲୋକଲୋଚନକୁ ଆଣିବା ଏବଂ ହସ୍ତତନ୍ତ ବୁଣାକାର ଏବଂ ଏହି ବିଶେଷ କ୍ଷେତ୍ର ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି।