କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତିକୁ ବିରୋଧ କରି ମିଳିତ ଶ୍ରମିକ ସଙ୍ଗଠନର ବିକ୍ଷୋଭ

1 min read
Spread the love

କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତିକୁ ବିରୋଧ କରି ମିଳିତ ଶ୍ରମିକ ସଙ୍ଗଠନର ବିକ୍ଷୋଭ

ରାଉରକେଲା ସହରର ବିଶ୍ରାଛକ ନିକଟରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତିକୁ ବିରୋଧ କରି ମିଳିତ ଶ୍ରମିକ ସଙ୍ଗଠନର ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି। ୨୦୧୪ ମସିହାରୁ କେନ୍ଦ୍ରରେ ଶାସନ କରୁଥିବା ବିଜେପି ନେତୃତ୍ୱାଧିନ ସରକାର ଦ୍ୱାରା ଗତ ୯ବର୍ଷରୁ ଅଧିକ ଧରି ଶାସନ କରୁଥିବା ସରକାର ବିଭିନ୍ନ ଜନବିରୋଧୀ ନୀତିକୁ ବିରୋଧ ସାରା ଦେଶରେ ଜାରି ରହିଛି। ଏହି କ୍ରମରେ ରାଉରକେଲା ସହରରେ ବିଭିନ୍ନ ଶ୍ରମିକ ସଙ୍ଗଠନର ନେତା ଓ ସଦସ୍ୟମାନେ ୧୫ଦଫା ଦାବିକୁ ନେଇ ଆନ୍ଦୋଳନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଇଏନ୍‌ଟିୟୁସିର ପ୍ରଶାନ୍ତ ବେହେରା, ଜିଏମ୍‌ଏମ୍‌ର ଜର୍ଜ ତିର୍କୀ, ଏଚ୍‌ଏମ୍‌ଏସ୍‌ର ଶଶଧର ନାୟକ, ସିଆଇଟିୟୁର ବିମାନ ମାଇତି, ଏଆଇଟିୟୁସିର ପ୍ରବୋଧ ମହାନ୍ତି, ଏଆଇୟୁଟିୟୁସିର ଅଜିତ ନାୟକ, ସିୟରର ହେମନ୍ତ ବେହୁରିଆ ପ୍ରମୁଖ ବିକ୍ଷୋଭରେ ସାମିଲ ‌ହୋଇଥିଲେ।

ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବାକୁ ଚେତାବନୀ ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁ ପଣ୍ଡା, ପ୍ରମୋଦ ଦାସ, ବସନ୍ତ ନାୟକ, ପି.କେ. ଚମ୍ପତିରାୟ, ରତ୍ନାକର ନାୟକ, ବି.ପି. ମହାପାତ୍ର, ଆନନ୍ଦ ଟପ୍ପୋଙ୍କ ସହ ବିଭିନ୍ନ ଟ୍ରେଡ ୟୁନିୟନର ନେତାମାନେ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!