ଇନଫୋସିସ୍ ବିପିଏମ୍ ସେବାର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
1 min read
ଜଣାଶୁଣା ତଥା ପ୍ରତିଷ୍ଠିତ ସଫ୍ଟୱେର କମ୍ପାନୀ ଇନଫୋସିସ୍ ପକ୍ଷରୁ ବିପିଏମ୍ ସେବାର ଉଦଘାଟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭୁବନେଶ୍ୱରରେ ହୋଇଛି। ଏହା ଇନଫୋସିସର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ସହାୟକ କମ୍ପାନୀ। ଏହି ଶାଖା କମ୍ପାନୀ ଆରମ୍ଭ କରି କଳା ଭିତ୍ତିଭୂମି ସ୍ଥିତି ସୁଦୃଢ କରିବ ଇନଫୋସିସ। ପ୍ରଥମ ପର୍ଯ୍ୟାୟରେ ୫ଶହ ଜଣଙ୍କୁ ନିଯୁକ୍ତି ଦିଆଯିବ ବୋଲି ସୂଚନା ଦିଆଯାଇଛି। ପର୍ଯ୍ୟାୟ କ୍ରମେ ଏହା ୨ ହଜାର ନିଯୁକ୍ତି ସୁଯୋଗ ଯାଏ ବିସ୍ତାର ହେବାର ସମ୍ଭାବନା ରହିଛି।

ଏହି କମ୍ପାନୀ ପୂର୍ବ ଭାରତରେ ଇନଫୋସିସର ପ୍ରଥମ ବ୍ୟବସାୟ ପ୍ରକ୍ରିୟା ପରିଚାଳନା ୟୁନିଟ୍ ବୋଲି ଜଣାପଡ଼ିଛି। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ଆଇଟି ମନ୍ତ୍ରୀ ତୁସାର କାନ୍ତି ବେହେରାଙ୍କ ସମେତ ଇନ୍ଫୋସିସ୍ର ବରିଷ୍ଠ ଅଧିକାରୀ ଓ ବରିଷ୍ଠ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।