ଢେଙ୍କାନାଳ ଜିଲ୍ଲାପାଳଙ୍କ ଦ୍ବାରା ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ପରିକ୍ଷାରେ କୃତିତ୍ୱ ଲାଭ କରିଥିବା କୃତି ପରିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା
1 min read
ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ଓଡ଼ିଶା ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ପରିକ୍ଷାରେ କୃତିତ୍ୱ ଲାଭ କରିଥିବା କୃତି ପରିକ୍ଷାର୍ଥୀଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ଏହି ବର୍ଷ ଢେଙ୍କାନାଳ ଜିଲ୍ଲାର ୯ ଜଣ ପରିକ୍ଷାର୍ଥୀ ଏହି ପରିକ୍ଷାରେ କୃତିତ୍ୱ ହାସଲ କରିଛନ୍ତି । ସେମାନଙ୍କ ନାମ- ବିରୁପାକ୍ଷ ନନ୍ଦ(କ୍ରମାଙ୍କ-୨୪), ଶୁଭମ ଶୁଭାଶିଷ ଶତପଥୀ(କ୍ରମାଙ୍କ-୨୬), ସାଗତିକା ସାମନ୍ତରାୟ(କ୍ରମାଙ୍କ-୬୯), ରାକେଶ ରଂଜନ ବିଶ୍ୱାଳ(କ୍ରମାଙ୍କ-୧୬୮), ବିପୁଲ ସୁନ୍ଦର ସାହୁ(କ୍ରମାଙ୍କ-୨୦୮) ଇପ୍ସିତା ନନ୍ଦ(କ୍ରମାଙ୍କ-୨୨୫), ସଂୟ ବିକାଶ ମଲ୍ଲିକ(କ୍ରମାଙ୍କ-୨୫୯),ତପସ୍ବିନି ନାୟକ(କ୍ରମାଙ୍କ୨୮୫),ବଟକୃଷ୍ଣ ମଲ୍ଲିକ(କ୍ରମାଙ୍କ-୨୮୬) । ଏହି ଅବସରରେ ଜିଲ୍ଲାପାଳ କୃତି ପରିକ୍ଷାର୍ଥୀ ମାନଙ୍କୁ ସେମାନଙ୍କର ଭବିଷ୍ୟତର କାର୍ଯ୍ୟପନ୍ଥା ଓ ଦାୟିତ୍ବ ସମ୍ପର୍କରେ ଅବଗତ କାଇଥିଲେ ଏବଂ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ପାଇଁ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ (ସାଧାରଣ), ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା(ରାଜସ) ଏବଂ ଅନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିରୁପାକ୍ଷ ନନ୍ଦ(କ୍ରମାଙ୍କ-୨୪) ନିଜର ବ୍ୟକ୍ତିଗତ କାରଣରୁ ଉପସ୍ଥିତ ରହିପାରି ନଥିଲେ ।