ନିଖିଳ ଓଡିଶା ଏମ୍.ଡି.ଏମ୍. ପାଚିକା ସହାୟିକା ସଂଘ ତରଫରୁ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

1 min read
Spread the love

ନିଖିଳ ଓଡିଶା ଏମ୍. ଡି.ଏମ୍. ପାଚିକା ସହାୟିକା ସଂଘ ଢେଙ୍କାନାଳ ଜିଲ୍ଲା କମିଟି ତରଫରୁ ବିଭିନ୍ନ ଦାବୀ ନେଇ ଆଜି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏଥରେ ପାଚିକା ସହାୟିକାମାନେ ଘୋର ଆର୍ଥିକ ଅନାଟନରେ ଶିକାର ହୋଇ ୨ ଦଶନ୍ଧି ଧରି କାର୍ଯ୍ୟକରି ଆସୁଛନ୍ତି। ତେଣୁ ବିଭିନ୍ନ ଦାବୀ ଯଥା-ଜାତୀୟ ଶ୍ରମ ସମ୍ମିଳନୀ ଅନୁସାରେ ପାଚିକା ଓ ସହାୟିକାମାନଙ୍କୁ ଶ୍ରମିକର ମାନ୍ୟତା ଦିଆଯାଉ, ଚଳିତ ବର୍ଷରୁ ୬୦ ବର୍ଷରେ ଅବସର ନେଇଥିବା ପାଚିକା ସହାୟିକାମାନଙ୍କୁ ଶିକ୍ଷା ବିଭାଗ ତରଫରୁ ପେନସନ୍ ଦେବାର ବ୍ୟବସ୍ଥା କରିବା ସହିତ ସରକାର ପ୍ରତିଶ୍ରୁତି ଦେଇଥିବା ମେରିଟ୍ ଅନୁସାରେ ସତନ୍ତ୍ର ପ୍ୟାକେଜ୍ ଦେବାର ବ୍ୟବସ୍ଥା କରାଯାଉ, ପାଚିକା ସହାୟିକାମାନଙ୍କୁ ସର୍ବନିମ୍ନ ମଜୁରୀ ଦିଆଯାଉ, ରାଜ୍ୟ ସରକାର ଘୋଷଣା କରିଥିବା ୧୦୦୦ ଟଙ୍କା ମଧ୍ୟରୁ ୪୦୦ ଟଙ୍କା ଦେଇ ବାକି ୬୦୦ ଟଙ୍କା କେନ୍ଦ୍ର ଦେବ । କେନ୍ଦ୍ର ନଦେଲେ ରାଜ୍ୟ ସରକାର ରାଜକୋଷରୁ ଉକ୍ତ ୬୦୦ ଟଙ୍କା ଦିଆଯିବ । ଏ ପର୍ଯ୍ୟନ୍ତ କେନ୍ଦ୍ର ଦେଲା ନାହିଁ। ତେଣୁ ଘୋଷଣା କରିଥିବା ଦିନ ଠାରୁ ଉକ୍ତ ୬୦୦ ଟଙ୍କା ପ୍ରଦାନ କରାଯାଉ, ୨୮ ମାସର ବକେୟା ଟଙ୍କାର ସୁଧ ଦେବାର ବ୍ୟବସ୍ଥା କରାଯାଉ, ଗତ ୨୦୨୨ ମସିହାର ଛୁଟି ୨ମାସ କାମ କରିଥିବା ଦୃଷ୍ଟିରୁ ଉକ୍ତ ୨ମାସର ପାରିଶ୍ରମିକ ପ୍ରଦାନ କରାଯାଉ, ବର୍ଷକୁ ୧୦ ମାସ ବଦଳରେ ୧୨ମାସର ପାରିଶ୍ରମିକ ଅର୍ଥ ପ୍ରଦାନ କରାଯାଉ । ଆକ୍ରୋଶମୂଳକ ଛଟେଇକୁ ବନ୍ଦ କରାଯାଉ, ଛଟେଇ ହୋଇ ରହିଥିବା ପାଚିକା ସହାୟିକାମାନଙ୍କୁ ନିଯୁକ୍ତି କରାଯାଉ, ୪ର୍ଥ ଶ୍ରେଣୀ ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ସୁବିଧା ପାଚିକା ସହାୟିକାମାନଙ୍କୁ ଦିଆଯାଉ, ପାଚିକା ସହାୟିକାମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଉ ପ୍ରଭୃତି ଦାବୀଗୁଡିକୁ ପୂରଣ କରିବା ପାଇଁ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କୁ ଏକ ଲିଖୁତ ଦାବୀପତ୍ର ପ୍ରଦାନ କରିଛନ୍ତି। ଏହି ଦାବୀପତ୍ର ପ୍ରଦାନ ବେଳେ ସଭାପତି ରବି ରଥ, ଉପଦେଷ୍ଟା ଯମ୍ବେଶ୍ୱର ପୃଷ୍ଟି, ସୁଷମା ଦାଶ, ପୁଷ୍ପଲତା ଦାଶ, ସୁବାସିନୀ ସାହୁ, ନର୍ମଦା ସାହୁ, ପବିତ୍ର ରଣା, ପ୍ରମୋଦିନୀ ପ୍ରଧାନ ପ୍ରମୁଖଙ୍କ ସହିତ ବହୁ ସଂଖ୍ୟାରେ ପାଚିକାସହାୟିକାମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!