ତ୍ରିଦିବସୀୟ ଅମୃତ ଯୁବ କଳୋତ୍ସବ ଉଦ୍‌ଯାପିତ

1 min read
Spread the love

ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ଦ୍ୱାରା ଆୟୋଜିତ ଅମୃତ ଯୁବା କଳୋତ୍ସବ ବୁଧୁବାର ସିଭିକ‌୍‍ ସେଣ୍ଟର ଠାରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ କାର୍ଯ୍ୟକ୍ରମର ସାଂଧ୍ୟ ଅଧିବେଶନରେ ରାଉରକେଲା ଇସ୍ପାତ କାରଖାନାର କାର୍ଯ୍ୟ ନିର୍ବାହୀ ନିଦ୍ଦେର୍ଶକ ଏସ୍‌ ଆର୍‌.ସୂର୍ଯ୍ୟବଂଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କେନ୍ଦ୍ର ସଂଗୀତ ନାଟକ ଏକାଡେମୀର ସାଧାରଣ ପରିଷଦର ସଭ୍ୟ ଡ.ସଂଜୟ ଚୌଧୁରୀ ପ୍ରାରମ୍ଭିକ ବକ୍ତବ୍ୟ ରଖିଥିବା ବେଳେ କୈଳାସ ପାତ୍ର ବା ଆର୍‌ଜେ କେପି ମଞ୍ଚ ପରିଚାଳନା କରିଥିଲେ। ହରିଥା ନାରାୟଣ ଏଣ୍ଡ ଗୋଷ୍ଠୀ, ଚେନ୍ନାଇ କଳାକାରମାନେ କର୍ଣ୍ଣାଟକୀ ପଦ୍ଧତିରେ ବେହେଲା ବାଦନ କରିଥିଲେ।

ଅଭୟସ୍‌ କଥକ୍‌ ଗ୍ରୁପ୍‌, ନୂଆଦିଲ୍ଲୀର କଳାକାରମାନେ ଆକର୍ଷଣୀୟ  କଥକ ନୃତ୍ୟ ପରିବେଷଣ କରିଥିଲେ। ପଶ୍ଚିମବଂଗର ନାଲ୍‌କୁପି ହାହଂସା ବାହିନୀ ଛଉନୃତ୍ୟ ପ୍ରଦର୍ଶନ କରିଥିଲେ। ଅନିରୁଦ୍ଧ ଶ୍ରୀନିବାସନ, ହାଇଦ୍ରାବାଦର କଳାକାରମାନଙ୍କର ଲୋକନୃତ୍ୟ ଦର୍ଶକମାନେ ମନ୍ତ୍ରମୁଗ୍ଧ ହୋଇଥିଲେ। ସର୍ବଶେଷରେ ଅର୍ପିତା ଧାପତ‌୍‍ ଅହମ୍ମଦାବାଦ‌୍‍, ଗୁଜୁରାଟର ଯୁବ କଳାକାରମାନେ ନାଟକ ‘ଚଉସର’ ଉପସ୍ଥାପନ କରିଥିଲେ। କଳାକାରମାନଙ୍କର ନିଖୁଣ ଅଭିନୟ ଉଚ୍ଚମାନର ନିଦ୍ଦେର୍ଶନା ତଥା ସୁମଧୁର ସଂଗୀତ ଦର୍ଶକଙ୍କୁ ବିମୋହିତ କରିଥିଲା। ପ୍ରଥମ ଥର ପାଇଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆୟୋଜିତ ଏହିଭଳି କାର୍ଯ୍ୟକ୍ରମକୁ ସହରର କଳାପ୍ରେମୀ ଦର୍ଶକମାନେ ଉପଭୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!