Skip to content
ଅଗଷ୍ଟ ୯ ତାରିଖ ଅର୍ଥାତ୍ ଅଗଷ୍ଟ କ୍ରାନ୍ତି ଦିବସ ପାଳନ ଉପଲକ୍ଷେ ଏଆଇଟିୟୁସି ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ପାନପୋଷ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହି ବିକ୍ଷୋଭରେ କେନ୍ଦ୍ର ସରକାରଙ୍କ ଦ୍ବାରା ୪ଟି ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ବାତିଲ କରିବା, ଅଣସଙ୍ଗଠିତ କର୍ମଚାରୀମାନଙ୍କ ମାସିକ ଦରମା ନିର୍ଦ୍ଧାରଣ, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ଆଦି ଦାବିକୁ ନେଇ ଏକ ଦାବି ପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା।
ଏଆଇଟୁୟୁସି ଜିଲ୍ଲା କମିଟିର ସପାଦକ ତଥା ଆଇନଜୀବୀ ସଦାନନ୍ଦ ସାହୁଙ୍କ ନେତୃତ୍ବରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କମଳା ମୁର୍ମୁ, କିଶୋରୀ କିସ୍ପୋଟ୍ଟା, ବାଲମତି ମୁଣ୍ଡା , ଚିନ୍ମୟୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଓଲେ।
ଏହା ପୂର୍ବରୁ ଏକ ଶୋଭାଯାତ୍ରାରେ ଏଆଇଟିୟୁସିର ନେତା ଓ କର୍ମୀମାନେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ।
Post Views: 147
error: Content is protected !!