ରାଉରକେଲା ସରକାରୀ ହସ୍‌ପିଟାଲ୍‌ରେ ନବ ନିର୍ମିତ ପ୍ରତୀକ୍ଷା ସ୍ଥଳ ଉଦଘାଟିତ

1 min read
Spread the love

ରାଉରକେଲା ସରକାରୀ ହସପିଟାଲ ପ୍ରବେଶ ଦ୍ୱାରରେ ନୂତନ ଭାବେ ନିର୍ମାଣ କରାଯାଇଥିବା ପ୍ରତୀକ୍ଷା ସ୍ଥଳ ଉଦଘାଟିତ ହୋଇଛି। ରାଉରକେଲା ବିଧାୟକ ତଥା ରାଜ୍ୟଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ଏହାକୁ ଉଦଘାଟନ କରିଥିଲେ । ପ୍ରାୟ ୫୫ଲକ୍ଷ ଟଙ୍କା ଅର୍ଥ ବ୍ୟୟରେ ଏନ୍‌ଏସ୍‌ପିସିଏଲ୍‌ର ସିଏସ୍‌ଆର୍‌ ପାଣ୍ଠିରୁ ଏହି ସ୍ଥଳ ନିର୍ମାଣ କଋଆଯାଇଛି। ଏହି ଅବସରରେ ହସପିଟାଲର ନିର୍ଦ୍ଦେଶକ ଡାକ୍ତର ସନ୍ତୋଷ କୁମାର ସ୍ୱାଇଁ, ଏନ୍ ଏସ୍ ପି ସି ଏଲ୍ ମହାପ୍ରବନ୍ଧକ ତଥା ସ୍ଥାନୀୟ ଶାଖା ମୁଖ୍ୟ କୌଶଲ କିଶୋରଙ୍କ ସମେତ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ମନୋଜ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପ୍ରତୀକ୍ଷା ସ୍ଥଳ ଦ୍ୱାରା ହସପିଟାଲକୁ ପ୍ରତିଦିନ ଆସୁଥିବା ଶହ ଶହ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ବର୍ଷା ଓ ଖରା ଆଦି ସମୟରେ ଉପଯୋଗ କରିବାର ସୁବିଧା ହେବ ବୋଲି ମନ୍ତ୍ରୀ କହିଛନ୍ତି। ସୂଚନା ମୁତାବକ ଏହି ହସ୍‌ପିଟାଲ୍‌କୁ ସୁନ୍ଦରଗଡ଼ ଜିଲ୍ଲା ସମେତ ଆଖପାଖ ରାଜ୍ୟରୁ ପ୍ରତିଦିନ ଶତାଧିକ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଆସିଥାନ୍ତି। ତେଣୁ ଏହି ଆଶ୍ରୟ ସ୍ଥଳ ମାଧ୍ୟମରେ ସେମାନେ ଉପକୃତ ହେବେ ବୋଲି ଜଣାପଡ଼ିଛି। ଏହା ସହିତ ଆସନ୍ତା ଦିନରେ ଆର୍‌ଜିଏଚ୍‌ର ଅନ୍ୟାନ୍ୟ ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ସଚିବ ସ୍ୱତନ୍ତ୍ର ଧ୍ୟାନ ଦେଉଥିବା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!