Skip to content
ମଣିପୁର ରେ ହିଂସା ଥମିବାର ନାଁ ନେଉନାହିଁ। ଏଥିପାଇଁ ସାରା ଦେଶରେ ଆଦିବାସୀ ମାନେ ଏହି ଅନ୍ୟାୟ ଏବଂ ବର୍ବରତା କୁ ବିରୋଧ କରୁଛନ୍ତି। ଏହି କ୍ରମରେ ବିଶ୍ବ ଆଦିବାସୀ ଦିବସ ପାଳନ ଅବସରରେ ରାଉରକେଲା ସହରରେ ଏକାଠି ହୋଇଥିଲେ ଶହ ଶହ ଆଦିବାସୀ । ଏଥିପାଇଁ ଜିଲ୍ଲା ପେସା ଗ୍ରାମସଭା କୋ ଅର୍ଡିନେସନ କମିଟି ପକ୍ଷରୁ ବିଶାଳ ରାଲି ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ରାଉରକେଲା ଉଦିତନଗର ସ୍ଥିତ ମହାନଗର ନିଗମ ଅଫିସ ଠାରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅଫିସ ଯାଏ ଏକ ବିଶାଳ ରାଲି କରାଯାଇଥିଲା ।
ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶହ ଶହ ସଂଖ୍ୟାରେ ଏକାଠି ହୋଇ ଆଦିବାସୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମଣିପୁର ହିଂସା ପ୍ରତିବାଦରେ ବିଶାଳ ଶୋଭାଯାତ୍ରା ଏବଂ ବିକ୍ଷୋବ ଭାରତର ଆଦିବାସୀ ସୁରକ୍ଷିତ ନାହାନ୍ତି ବୋଲି ଅଭିଯୋଗ କରିଛି ଜିଲ୍ଲା ପେସା ଗ୍ରାମସଭା କୋ ଆର୍ଡିନେସନ କମିଟି ମଣିପୁର ହିଂସା ଭାରତୀୟ ଆଦିବାସୀ ସମାଜକୁ ଘୋର ଆଘାତ କରିଛି । ଆଦିବାସୀ ସମାଜ ଜାଗି ଉଠ, ଏବେ ନାହିଁତ କେବେ ବି ନାହିଁ ଭାବି ଜାଗି ଉଠ, ଏବଂ ବିଜେପି, ଆର୍ଏସ୍ଏସ୍ର ଗୁଣ୍ଡାରାଜ ଚଳିବ ନାହିଁ ଆଦି ସ୍ଳୋଗାନରେ ପ୍ରକମ୍ପିତ ହୋଇଥିଲା ରାଉରକେଲା ସହର । ଏହା ସହିତ ଏହି ଅବସରରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଦିଆଯାଇଥିଲା। ଏହି ଅବସରରେ ମଣିପୁର ରେ ରାଷ୍ଟ୍ରପତି ଶାସନ ଜରି କରାଯିବା ପାଇଁ ଦାବି କରାଯାଇଛି ।
Post Views: 184
error: Content is protected !!