ବିରମିତ୍ରପୁର ପୌରପାଳିକା ପକ୍ଷରୁ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ଶୋଭାଯାତ୍ରା

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲାର ବିରମିତ୍ରପୁର ପୌରପାଳିକା ପକ୍ଷରୁ ସମଗ୍ର ପୌରାଞ୍ଚଳରେ ସ୍ୱଚ୍ଛତା ସମ୍ପର୍କରେ ସଚେତନତା ଶୋଭାଯାତ୍ରା ବାହାରିଥିଲା। ପୌରାଧ୍ୟକ୍ଷ ସନ୍ଦୀପ ମିଶ୍ରଙ୍କ ନେତୃତ୍ୱରେ ପୌରପାଳିକାର ସମସ୍ତ ୱାର୍ଡରେ କାର୍ଯ୍ୟରତ ସ୍ୱଚ୍ଛସାଥୀମାନେ ଏକ ଶୋଭାଯାତ୍ରାରେ ବାହାରି ବିଭିନ୍ନ ୱାର୍ଡ ପରିକ୍ରମା କରିଥିଲେ।

ବିଶେଷ କରି ପୌରପାଳିକାର ବିଭିନ୍ନ ୱାର୍ଡରେ କାର୍ଯ୍ୟରତ ସ୍ୱଚ୍ଛସାଥୀ କର୍ମୀ ଓ ସୁପରଭାଇଜରମାନଙ୍କ ପ୍ରତି ହେଉଥିବା ଅସମ୍ମାନ ଏବଂ ପୌରାଞ୍ଚଳରେ ସ୍ୱଚ୍ଛତାର ଆବଶ୍ୟକତା ସମ୍ପର୍କରେ ବାର୍ତ୍ତା ଦେବା ଏହି ଶୋଭାଯାତ୍ରାର ଉଦ୍ଦେଶ୍ୟ ଥିଲା। ସମଗ୍ର ସହରକୁ ସଫା ଓ ସ୍ୱଚ୍ଛ ରଖିବା ପାଇଁ କାର୍ଯ୍ୟ କରୁଥିବା ସ୍ୱଚ୍ଛ ସାଥୀମାନଙ୍କ ପ୍ରତି ଉଚିତ ବ୍ୟବହାର ସହିତ ସମସ୍ତ ସହରବାସୀ ନିଜ ନିଜ ଅଞ୍ଚଳକୁ ସଫା ରଖିବା ପାଇଁ ଏହି ଅବସରରେ ଶ୍ରୀ ମିଶ୍ର ଆହ୍ୱାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!