ରାଉରକେଲା କଲେଜର ୫୮ତମ ‘ପ୍ରତିଷ୍ଠା ଦିବସ’ ପାଳନ : ମହାବିଦ୍ୟାଳୟର ବାର୍ଷିକ ପତ୍ରିକା ଉନ୍ମୋଚିତ

1 min read
Spread the love

ରାଉରକେଲା ସହରର ଅନ୍ୟତମ ପୂରାତନ ମହାବିଦ୍ୟାଳୟଭାବେ ପରିଚିତ ସେକ୍ଟର -୪ ସ୍ଥିତ ରାଉରକେଲା କଲେଜର ୫୮ତମ ପ୍ରତିଷ୍ଠା ଦିବସ କଲେଜ ପରିସରରେ ପାଳିତ ହୋଇଯାଇଛି। ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଇସ୍ପାତ କାରଖାନାର ସହର ସେବା ବିଭାଗର ମୁଖ୍ୟ ପ୍ରତାପ କୁମାର ସ୍ବାଇଁ ଏବଂ ସମ୍ମାନିତ ଅତିଥି ଭାବେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ  ମନୋଜ ମହାନନ୍ଦ ଯୋଗ ଦେଇଥିଲେ। ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ. ପ୍ରଦୀପ କୁମାର ନନ୍ଦ ଓ ସଦସ୍ୟ ମନୋରଞ୍ଜନ ଦାସ ମଧ୍ୟ ଉପସ୍ଥିତ ଥିଲେ। ଛାତ୍ରୀ ପୂଜାରାଣୀ ମହାପାତ୍ର, କେଶରୀ ବାଘ, ବିଜୟଲକ୍ଷ୍ମୀ ନାୟକ ଦ୍ବାରା ସ୍ବାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା। ଉଭୟ ଅତିଥି ଏହି ଅବସରରେ  ନିଜ ନିଜର ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିଥିଲେ। ଏହା ସହିତ ଛାତ୍ରଛାତ୍ରୀମାନେ ନିର୍ଦିଷ୍ଟ ଲକ୍ଷ୍ୟ ରଖି ସେହି ଦିଗରେ ଅଗ୍ରସର ହେଲେ ସଫଳତା ନିଶ୍ଚିତ ମିଳିବ ବୋଲି ପରାମର୍ଶ ଦେଇଥିଲେ।

ଏହି ଉପଲକ୍ଷେ କଲେଜର ବାର୍ଷିକ ପତ୍ରିକା ‘ପ୍ରଜ୍ଞାଲୋକ’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଫେସର ଡ. ରବୀନ୍ଦ୍ର କୁମାର ଜେନା ସ୍ବାଗତ ଭାଷଣ ଦେଇଥିବାବେଳେ ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର ବନ୍ଦନା ସୋରେଙ୍ଗ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ। ଇଂରାଜୀ ବିଭାଗର ଅଧ୍ୟାପକ ରଶ୍ମି ରଞ୍ଜନ ରାଉତ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏହି ଅବସରରେ କଲେଜ ନାମରେ କଲେଜର ଯାଗାକୁ ହସ୍ତାନ୍ତର ପାଇଁ ମୁଖ୍ୟ ଅତିଥି ତଥା ସହର ସେବା ବିଭାଗ ମୁଖ୍ୟଙ୍କୁ ଅନୁରୋଧ କରାଯାଇଥିଲା। ଏହାଦ୍ୱାରା  କଲେଜକୁ ନାକ୍ ମାନ୍ୟତା ମିଳିବାରେ ସୁବିଧା ହେବ ବୋଲି ସୂଚନା ଦିଆଯାଇଛି।

କଲେଜ ଛାତ୍ର ରଞ୍ଜନ ନାଗଙ୍କ ଉପସ୍ଥିତ ଅତିଥିମାନଙ୍କର ଏକ ପେନସିଲ୍ ପଟ୍ଟ ଚିତ୍ର ଅଙ୍କନ କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା। ଶ୍ରୀ ନାଗ ପଟ୍ଟଚିତ୍ରରୁ କାର୍ଯ୍ୟକ୍ରମ ସମୟରେ ଅଙ୍କନ କରି ଅତିଥିଙ୍କୁ ପ୍ରଦାନ କରିଥିଲେ। ଅଧ୍ୟକ୍ଷା ଶ୍ରୀ ମତୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କ ଅନୁରୋଧ କ୍ରମେ ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପ୍ରଥମ ଥର ପାଳନ କରାଯାଉଥିବା ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ୧୯୬୬ ମସିହାରେ କିଛି ସମାଜସେବୀଙ୍କ ଉଦ୍ୟମରେ ଘରୋଇଭାବେ ସ୍ଥାପିତ ହୋଇଥିବା ରାଉରକେଲା ନାଇଟ କଲେଜ୍‌ରୁ ଆଜିର ଦିନରେ ସରକାରୀ ରାରକେଲା କଲେଜ୍‌ର ଦୀର୍ଘ ଯାତ୍ରା ସମ୍ପର୍କରେ ପ୍ରଫେସର ପ୍ରଧାନ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅନେକ ପ୍ରାକ୍ତନ ଛାତ୍ର ଯୋଗଦେଇଥିଲେ। ସେମାନଙ୍କ ମଧ୍ୟରୁ ବରିଷ୍ଠ ସାମାଦିକ ସତ୍ୟାନନ୍ଦ ବେହେରା ଯୋଗ ଦେଇ ନିଜର ଅନୁଭୁତି ସମ୍ପର୍କରେ କହିଥିଲେ।

ଅଧ୍ୟାପକ ଅନିଲ ରାମ ଓ ଅଧ୍ୟାପିକା ସସ୍ମିତା ଜେନାଙ୍କ ପରିଚାଳନାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଅନ୍ୟତମ ଆକର୍ଷଣ ଥିଲା। ଏଥିରେ ମହାବିଦ୍ୟାଳୟର ସମସ୍ତ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ଓ ଅଧ୍ୟାପକ ଏବଂ ଅଧ୍ୟାପିକା କରୁଣାକର ପାଟ୍ଟଶାଣୀ, ମନୋଜ ଦଳେଇ, ବନବିହାରୀ କିଷାନ, ତରଣୀ ନାୟକ, ରଶ୍ମିପ୍ରଭା ମଥାନ, ତପସ୍ଵିନୀ ମିଶ୍ର, ଭାରତୀ ବରୱା, ଅଜିତ ବେକ, ଅନୁପ ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ରଣଜିତ ପ୍ରଧାନ, ଜିତେନ୍ଦ୍ର ଡାକୁଆ, ବିକ୍ରମ ସାହୁ, ପ୍ରତିମା ପାଣିଗ୍ରାହୀ, ପ୍ରଭାତ ବଳ, ଅମି ଢୋଲକିଆ, ମୌସୁମୀ ଦାସ, ସ୍ବାତି ସ୍ମିତା ସାହୁ, ରଚନା ମିଶ୍ର, ଭାଗ୍ୟଶ୍ରୀ ଜେନା, ଶୁଚିସ୍ମିତା ପ୍ରଧାନ ପ୍ରମୁଖ ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଅଜୟ ଗୌଡ, ବିଶାଳ କୁମାର ରାମ, ଅରୁଣ କୁମାର ମହାନ୍ତି, ନୟନ ଆଚାର୍ଯ୍ୟ, ଶିବମ ସିଂ, ଅଶୋକ କିଷାନ, ଶୁଭମ୍ ଲୋହାର, ସାହିଲ ଶର୍ମା ପ୍ରମୁଖ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!