ଆଶ୍ରା ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବିଭିନ୍ନ ପ୍ରସଙ୍ଗରେ ରାଉରକେଲା ଏସ୍‌ପିଙ୍କ ସହିତ ଆଲୋଚନା

1 min read
Spread the love

ରାଉରକେଲା ସହରର ଅନ୍ୟତମ ସାମାଜିଲ ଓ ସ୍ବେଚ୍ଛାସେବୀ ସଙ୍ଗଠନ ‘ଆଶ୍ରା’ ପକ୍ଷରୁ ସଙ୍ଗଠନର ପ୍ରତିଷ୍ଠାତା ତଥା ମୁଖ୍ୟ ମିନଟୀ ଦେବତାଙ୍କ ନେତୃତ୍ବରେ ସଙ୍ଗଠନର ସଦସ୍ୟମାନେ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ରଙ୍କ ସହିତ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ଆଲୋଚନା ସମୟରେ ଛଅଟି ପ୍ରସଙ୍ଗରେ ଏକ ସ୍ମାରକପତ୍ର ଦିଆଯାଇଛି। ଏହି ସ୍ମାରକପତ୍ରରେ ରିଙ୍ଗ୍‌ ରୋଡ୍‌ରେ ରୋଡ୍‌ ରୋମିଓମାନଙ୍କୁ ସାବାଡ଼ କରିବା, ସ୍କୁଲ୍‌ ଛାତ୍ରଛାତ୍ରୀମାନଙ୍କୁ ଡ୍ରଗ୍‌ସ କବଳରୁ ମୁକ୍ତ କରିବା, ମହିଳା ଥାନାକୁ ଅଧିକ ଦୃଢ଼ କରିବା ଆଦି ପ୍ରସଙ୍ଗ ସମ୍ପର୍କରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏସ୍‌ପି ଙ୍କୁ ଅନୁରୋଧ କରାଯାଇଥିଲା।    

Leave a Reply

Your email address will not be published. Required fields are marked *

error: Content is protected !!