ବିଶ୍ରା ବ୍ଲକ୍ ଅନ୍ତର୍ଗତ ଜରେଇକେଲାଠାରେ କୃଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ
1 min read
ସୁନ୍ଦରଗଡ଼ ବିଶ୍ରା ବ୍ଲକ ଅନ୍ତର୍ଗତ ଜରେଇକେଲା ଗ୍ରାମ ପଞ୍ଚାୟତର ଜାମମାଲ ଗ୍ରାମଠାରେ ନାବାର୍ଡ ସହଯୋଗରେ ସେବାକ, ସୁନ୍ଦରଗଡ ସିବିବିଓ ତତ୍ତ୍ୱାବଧାନରେ କମଲ କୃଷକ ଉତ୍ପାଦକ ସଂଘଠନ ପ୍ରୋଡ୍ୟୁସର୍ କମ୍ପାନୀ ଲିମିଟେଡ ଦ୍ୱାରା କୃଷକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସହରାଞ୍ଚଳର ଆବଶ୍ୟକତାକୁ ଉପଲବ୍ଧି କରି ଆଗ୍ରହୀ କୃଷିଜୀବୀ ଭାଇ ଭଉଣୀମାନେ ପନିପରିବା ଉତ୍ପାଦନ କରି , ଉଦ୍ୟାନ ଚାଷ କରି କିପରି ସ୍ବାବଲମ୍ବୀ ଆତ୍ମନିର୍ଭରଶୀଳ ହୋଇପାରିବେ ସେଥି ପାଇଁ କୃଷକମାନଙ୍କୁ ବିହନ ଠାରୁ ବଜାର ପର୍ଯ୍ୟନ୍ତ ସହାୟତା ପ୍ରଦାନ କରିବାକୁ ପରିକଳ୍ପନା କରାଯାଇଛି ।
ସ୍ଥାନୀୟ ଗ୍ରାମୀଣ କୃଷକମାନଙ୍କ ମଧ୍ୟରେ ପନିପରିବା ଚାଷର ଗୁରୁତ୍ୱ, କେଉଁ ଆଧୁନିକ ଉନ୍ନତ କୃଷି ପ୍ରଣାଳୀ ଅଧିକ ଉତ୍ପାଦନକାରୀ ଏବଂ ଲାଭଦାୟକ ହୋଇପାରିବ, ବଜାର ଚାହିଦା ଉପରେ ଚାଷର ସମୟ ନିର୍ଦ୍ଧାରଣ କରି ଚାଷ କରା ଯାଇପାରିବ। ରାଉରକେଲା ମହାନଗରର ଛେଣ୍ଡ୍ ସ୍ଥିତ ଭିଏସ୍ଏସ୍ ମାର୍କେଟ ସ୍ଥିତ ହାଟ ଏବଂ ଟ୍ରାଫିକ୍ ଗେଟ୍ ପନିପରିବା ବଜାର ସ୍ଥିତ ନୂତନ ଶୀତଳ ଭଣ୍ଡାର ର ଉପଯୋଗ କରିବା ଏବଂ କୃଷକ କୌଣସି କ୍ଷୟକ୍ଷତି ର ସମ୍ମୁଖୀନ ହେବ ନାହିଁ ଏ ସବୁ ଦିଗକୁ ବିଚାର କରି ଅଧିକ ଜମିରେ ଚାଷ କରି ଅଧିକ ପନିପରିବା ଉତ୍ପାଦନ କରିବା ନିମନ୍ତେ ଗୁରୁତ୍ୱ ଦେଇ ସିଇଓ ଧ୍ରୁବ ଚରଣ ମାହାତ ଅଂଶଗ୍ରହଣକାରୀ କୃଷକମାନଙ୍କୁ ସରଳ ଏବଂ ପ୍ରାଞ୍ଜଳଭାବେ ବୁଝାଇଥିଲେ।
ଏହି ଅବସରରେ ପ୍ରମୋଟର ତଥା ଜାରାଇକେଲା ଗ୍ରାମ ପଞ୍ଚାୟତର ବିଭାଗୀୟ କୃଷି ମିତ୍ର ବିଭୂତି ଭୂଷଣ ମାହାନ୍ତ ଯୋଗଦେଇ ପ୍ରଧାନ ମନ୍ତ୍ରୀ ଫାସଲ ବୀମା ଯୋଜନାର ବିଶେଷ ବୈଶିଷ୍ଠ୍ୟ ଛତୁ, ମହୁ, ପନିପରିବା ଚାଷ ଏବଂ ଅନ୍ୟାନ୍ୟ ଚାଷରେ ସରକାରୀ ରିହାତି ଉପରେ ଆଲୋଚନା କରିଥିଲେ। କମ୍ପାନୀର ପରିଚାଳନା ବୋର୍ଡର ସଦସ୍ୟ ରମେଶ୍ୱର ସିଂ ଏଥିରେ ଅଂଶଧନ କିଣିଲେ କଣ ଲାଭ ଅଛି, ଗୋଷ୍ଠୀ ଚାଷ ଦ୍ଵାରା ଲାଭବାନ ହେବା, ରାଜ୍ୟ ସରକାରଙ୍କ ସହାୟତା ଯୋଜନାର ଲାଭ ପାଇଁ କୃଷି ବିଭାଗ ସହିତ ଯୋଗାଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଶେଷରେ କୃଷି ସମ୍ବାଦ ପଠନ ସାମଗ୍ରୀ ବଣ୍ଟନ କରାଯାଇଥିଲା ଏବଂ ଧନ୍ୟବାଦ ଅର୍ପଣ କରାଯାଇଥିଲା ।